fbpx

ଏଲ-କ୍ଲାସିକୋରେ ହାରିଲା ବାର୍ସିଲୋନା: ୩-୧ରେ ଜିତି ଲିଗର ଶୀର୍ଷରେ Real Madrid

ନୂଆଦିଲ୍ଲୀ: ୧୬ ଅକ୍ଟୋବର ବା ରବିବାର ଦିନ ସ୍ପେନର ଫୁଟବଲ କ୍ଲବ ରିଅଲ ମାଡ୍ରିଡ ଲା ଲିଗାରେ ପ୍ରତିଦ୍ୱନ୍ଦ୍ୱୀ ବାର୍ସିଲୋନାକୁ ୩-୧ରେ ହରାଇଛି । ଏହି ବିଜୟ ସହିତ ରିଅଲର ଦଳ ଲିଗରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ନଅ ମ୍ୟାଚରୁ ସେ ୨୫ ପଏଣ୍ଟ ପାଇଛନ୍ତି । ସେ ଏପର୍ଯ୍ୟନ୍ତ ଲିଗରେ ଗୋଟିଏ ବି ମ୍ୟାଚ୍ ହାରି ନାହାଁନ୍ତି । ସେମାନେ ଆଠଟି ଜିତିଛନ୍ତି ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଥିବା ଜଣାପଡିଛି ।

ଏହି ପରାଜୟ ପରେ ବାର୍ସିଲୋନା ଟିମ୍ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ନଅ ମ୍ୟାଚରେ ଏହା ତାଙ୍କର ପ୍ରଥମ ପରାଜୟ । ବାର୍ସିଲୋନା ସାତୋଟି ମ୍ୟାଚ୍ ଜିତିଥିବା ବେଳେ ଏବଂ ଗୋଟିଏ ଡ୍ର ରହିଛି ।

ରିଅଲ ପାଇଁ ମ୍ୟାଚରେ କ୍ୟାପଟେନ କରିମ ବେଞ୍ଜେମା ପ୍ରଥମ ଗୋଲ ସ୍କୋର କରିଥିଲେ । ପରେ ଫେଡ୍ରିକୋ ୱେଲବେର୍ଦେ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ ଏବଂ ରୋଡ୍ରିଗୋ ତୃତୀୟ ଗୋଲ୍ ସ୍କୋର କରିଥିଲେ । ରିଅଲ୍ ବିପକ୍ଷରେ ହାରିବା ବାର୍ସିଲୋନା ପାଇଁ ଅତ୍ୟନ୍ତ ଗମ୍ଭୀର ମାମଲା । ମ୍ୟାନେଜର ଜାଭି ଫର୍ଣ୍ଣାଡିଜଙ୍କ ଦଳ ୟୁଏଇ ଚାମ୍ପିଅନ୍ସ ଲିଗରୁ ବାଦ୍ ପଡ଼ିବା ସ୍ଥିତିରେ ଅଛନ୍ତି । ଇଣ୍ଟର ମିଲାନ ବିପକ୍ଷ ପୂର୍ବ ମ୍ୟାଚରେ ଡ୍ର’ ପରେ ଚାମ୍ପିଅନ୍ସ ଲିଗରେ ଦଳର ସ୍ଥିତି ଦୁର୍ବଳ ରହିଛି ।

Get real time updates directly on you device, subscribe now.