fbpx
BJD SKY
BJD SKY

ଆଜିଠାରୁ ମହା ପରିବର୍ତ୍ତନ: ଏହି ରାଶିମାନଙ୍କ ଉପରେ ରହିବ ସୂର୍ଯ୍ୟଙ୍କ ପ୍ରଭାବ

BJD

ତିଥି ବାର ନକ୍ଷେତ୍ରକୁ ନେଇ ପ୍ରତ୍ୟେକ ଗ୍ରହ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ତାର ପ୍ରଭାବ ପକାଇଥାଏ । ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ସୂର୍ଯ୍ୟ ମଧ୍ୟ ତାଙ୍କ ରାଶି ଏବଂ ଗତି ଉଭୟ ପରିବର୍ତ୍ତନ କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯୟୀ ଅକ୍ଟୋବର ୧୭ ତାରଖ ଅର୍ଥାତ୍ ଆଜି ସୂର୍ଯ୍ୟ କନ୍ୟା ରା୪ଶିରୁ ତୁଳା ରାଶିକୁ ପ୍ରବେଶ କରୁଛନ୍ତି । ଫଳରେ ଏହା ମୋଟ ୧୨ ରାଶି ଉପରେ ପ୍ରଭାବ ପକାଇବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହା କେଉଁ ରାଶି ଉପରେ କି ପ୍ରଭାବ ପକାଇବ ।

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯୟୀ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ମଧ୍ୟମ ଧରଣ ଫଳ ପ୍ରଦାନ କରିବ । ଏମାନଙ୍କ ଜୀବନରେ ଭଲ-ମନ୍ଦ ଲାଗି ରହିବା ସହ ଜୀବନସାଥୀ ସହ ବିବାଦ ଦେଖାଦେବ । ଏଥିସହିତ କାହା ସହ କଥାବାର୍ତ୍ତା ସମୟରେ ଜଗି ରଖି କଥା ହେବା ଉଚିତ୍ ନଚେତ ଆପଣ ସମସ୍ତଙ୍କ ସାମ୍ନାରେ ଅପମାନିତ ହୋଇପାରନ୍ତି । ଏତତ୍ ବ୍ୟତୀତ ବ୍ୟବସାୟ କାଗଜପତ୍ର ଭଲ ଭାବରେ ଯାଞ୍ଚ କରି କୌଣସି ନିଷ୍ପତି ନିଅନ୍ତୁ ।

ବୃଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ଓ ଗତି ପରିବର୍ତ୍ତନ ଅନେକ ଶୁଭ ଫଳ ପ୍ରଗାନ କରିବ । ଏହି ରାଶିର ବ୍ୟକ୍ତିମାନଙ୍କ ପାରିବାରିକ ଜୀବନ ସୁଖମୟ ହେବା ସହ ଘରେ ସୁଖ ଶାନ୍ତି ଲାଗି ରହିବ । ଏଥିସହିତ ପୂର୍ବ ସତ୍ରୁ ପରାଜୟ ହେବେ ।

ମିଥୁନ: ସୂର୍ଯ୍ୟଙ୍କ ଗୋଚର ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ । ଏହି ସମୟରେ କ୍ରୋଧ ଏବଂ ଆକ୍ରମତା ବଢିବା ସହତ କାମ ଠିକ୍ ସମୟରେ ପୁରା ହେବ ନାହିଁ । ଏତତ୍ ବ୍ୟତୀତ ପରିଶ୍ରମ ପରେ ମଧ୍ୟ ମନମୁତାବକ ଫଳ ମିଳିବ ନାହିଁ ଏବଂ କ୍ୟାରିୟରରେ ସମସ୍ୟା ଦେଖାଦେବ ।

କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କ ସୂର୍ଯ୍ୟଙ୍କ ଗୋଚର ମଧ୍ୟମ ଧରଣ ଫଳ ପ୍ରଦାନ କରିବ । ଏହି ସମୟରେ ନିଜ କଥା ଉପରେ ସଞ୍ଜମତା ରକ୍ଷା କରିବା ଆବଶ୍ୟକ । ନଚେତ୍ ଏହା ଆପଣଙ୍କୁ ସମସ୍ୟାରେ ପକାଇବା ସହ ଘରେ ମଧ୍ୟ ବିବଦ ଦେଖାଦେଇପାରେ ।

ସିଂହ: ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଶୁଭ ଫଳ ପ୍ରଦାନ କରିବ । ଏହି ସମୟରେ ସାହାସ, ଧର୍ଯ୍ୟ, ଆତ୍ମ ବିଶ୍ୱାସ ବଢିବା ସହ ଏହାର ସାହାୟତାରେ ରେ ଆପଣ ଅନେକ କାମ କରିପାରିବେ । ଜୀବନରେ ସୁଖ ସମୃଦ୍ଧି ଲାଗି ରହିବ ।

କନ୍ୟା: ଏହି ରାଶିର ବ୍ୟକ୍ତିମାନେ ଧର୍ଯ୍ୟ ରଖିବା ସହିତ କୌଣସି ବାଦ ବିବାଦରେ କରନ୍ତୁ ନାହିଁ । ସେହି ପରି ଅଯଥା ଖର୍ଚ୍ଚ ଠାରୁ ନିଜକୁ ଦୂରେଇ ରଖନ୍ତୁ ନଚେତ୍ ଆର୍ଥିକ ସମସ୍ୟା ଦେଖାଗେଇପାରେ ।

ତୁଳା: ସୂର୍ଯ୍ୟଗ୍ରହ କନ୍ୟା ରାଶିରୁ ତୁଳା ରାଶିରେ ପ୍ରବେଶ କରୁଛନ୍ତି ଫଳରେ ଏହା ଏହା ତୁଳା ରାଶି ଉପରେ ମଧ୍ୟମ ଧରଣର ପ୍ରଭାବ ପକାଇବ । ଫଳରେ ଅତ୍ମବିଶ୍ୱାସ କମିବା ସହ ମନ ଅଶାନ୍ତ ରହିବ । ଏହି ସମୟରେ କନ୍ୟା ରାଶିର ବ୍ୟକ୍ତିମାନେ ଜଗି ରଖି ଚଳିବା ।ବଶ୍ୟକ ।

ବିଚ୍ଛା: ଏହି ରାଶିର ବ୍ୟକ୍ତିମାନଙ୍କୁ କର୍ମ କ୍ଷେତ୍ରରେ ଉଭୟ ପ୍ରକାର ଫଳ ପ୍ରାପ୍ତି ହେବାର ଯୋଗ ରହିଛି । ଦେଶ ବିଦେଶ ସହ ଜଡିତ କିଛି ଖବର ପାଇ ପାରନ୍ତି ସର୍ବମୋଟରେ କହିବାକୁ ଗଲେ ସୂର୍ଯ୍ୟଙ୍କ ଏହି ଗୋଟର ଏକ ପ୍ରକାର ଶୁଭ ଫଳ ପ୍ରଦାନ କରିବ ।

ଧନୁ ରାଶି: ଧନୁ ରାଶିର ବ୍ୟକ୍ତିମାନଙ୍କ କ୍ୟାରିୟରରେ ବହୁତ ଅଗ୍ରଗତି ହୋଇପାରେ । କର୍ମ କ୍ଷେତ୍ର ରେ ଉପରସ୍ଥ ଅଧିକାରୀଙ୍କ ସାହାଯ୍ୟ ଏବଂ ସହେଯାଗ ମିଳିବାର ଯେଗ ରସଲହିଛି ।

ମକର ରାଶି: ସୂର୍ୟ୍ୟ ଗମନାଗମନ ମକର ରାଶିର ଲୋକଙ୍କୁ ଅନେକ ଲାଭ ଦେଇଥାଏ । କାର୍ୟ୍ୟ ଅସୁବିଧା ଦୂର ହେବା ସହ, ବ୍ୟବସାୟୀମାନେ ମଧ୍ୟ ଉପକୃତ ହେବେ।

କୁମ୍ଭ- ବ୍ୟକ୍ତିଗତ ଜୀବନରେ ସମସ୍ୟା ହୋଇପାରେ । କର୍ମକ୍ଷେତ୍ରରେ ମଧ୍ୟ ଅସୁବିଧା ହେବା ସହ , ଭ୍ରମଣରୁ ଦୂରେଇ ରୁହନ୍ତୁ । ବର୍ତ୍ତମାନ ପର୍ୟ୍ୟନ୍ତ ଏକ ନୂତନ କାର୍ୟ୍ୟ ଆରମ୍ଭ କରନ୍ତୁ ନାହିଁ । ବିବାଦକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।

ମୀନ- ଏହି ଏକ ମାସ କ୍ୟାରିୟର ପାଇଁ ବହୁତ ଭଲ ହେବ । ଯଦି ତୁମେ କାମ କରିବା ଭଳି ଅନୁଭବ କରୁନାହଁ, ତେବେ ଧର୍ଯ୍ୟବାନ ହୁଅ ଏବଂ ଚେଷ୍ଟା ଜାରି ରଖ । ତେବେ ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ ।

Get real time updates directly on you device, subscribe now.