fbpx
BJD SKY
BJD SKY

ନନ୍ଦନକାନନରେ ପୁଣି ରୋପୱେ ମଜା ନେବେ ପର୍ଯ୍ୟଟକ: ନଭେମ୍ବର ୧୭ରେ ଉଦଘାଟନ କରିବେ ଜଙ୍ଗଲ ବିଭାଗ ମନ୍ତ୍ରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଥରେ ଆରମ୍ଭ ହେବ ରୋପୱେ ବ୍ୟବସ୍ଥା । ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୭ ତାରିଖରେ ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ଏହାକୁ ଉଦଘାଟନ କରିବେ । ତା’ପରେ ୧୮ ତାରିଖଠାରୁ ପର୍ଯ୍ୟଟକମାନେ ରୋପୱେରେ ବସିପାରିବେ ବୋଲି କୁହାଯାଇଛି ।

ସୂଚନା ମୁତାବକ, ଆସନ୍ତାକାଲି ଅପରାହ୍ଣରେ ନନ୍ଦନକାନନର ରୋପୱେ ବ୍ୟବସ୍ଥାକୁ ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ଉଦଘାଟନ କରିବେ । ଉଦଘାଟନ ହେବାର ପରଦିନ ଅର୍ଥାତ ୧୮ ତାରିଖ ଦିନ ପର୍ଯ୍ୟଟକମାନେ ରୋପୱେର ମଜା ନେଇପାରିବେ । ନନ୍ଦନକାନନରେ କେବେ ରୋପେୱ ଆରମ୍ଭ ହେବ ନେଇନେଇ ପର୍ଯ୍ୟଟକମାନେ ଉତ୍ସୁକତାର ସହ ଚାହିଁ ରହିଥିଲେ । ଏବେ ତାହା ଉଦଘାଟନ ହେବା ନେଇ ଅପଡେଟ୍ ଆସିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ନନ୍ଦନକାନନରେ ରୋପୱେ ବ୍ୟବସ୍ଥା ରହିଥିଲେ ହେଁ ତାହା ଦୀର୍ଘ ୧୨ ବର୍ଷ ଧରି ବନ୍ଦ ହୋଇ ରହିଥିଲା । ଏହା ଗତ ଏପ୍ରିଲ ମାସରେ ପୁଣି ଥରେ ଆରମ୍ଭ ହେବା ନେଇ ଖବର ଆସିଥିଲା । ସେଥିପାଇଁ ରୋପୱେ ବ୍ୟବସ୍ଥାକୁ ଆଧୁନୀକିକରଣ କରାଯିବା ସହିତ ତାହାକୁ ଚଳାଇବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ଠିକା ସଂସ୍ଥା ଦାୟିତ୍ୱରେ ଥିବା ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିବେ ଓ ପରବର୍ତ୍ତୀ ସମମୟରେ ପର୍ଯ୍ୟାୟକ୍ରମେ ୫ରୁ ୧୦ ଓ ୧୫ ବର୍ଷ ପର୍ଯ୍ୟନ୍ତ ତାହାକୁ ବୃଦ୍ଧି କରାଯିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.