fbpx

NMCର ନୂଆ ଗାଇଡଲାଇନ୍ସ: ରୋଗୀଙ୍କ ସହ ଭଲ ବ୍ୟବହାର କଲେ MBBS ଛାତ୍ରଛାତ୍ରୀଙ୍କୁ ମିଳିବ ମାର୍କ

ନୂଆଦିଲ୍ଲୀ: ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ଭଲ ବ୍ୟବହାର ପାଇଁ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ । ରୋଗୀଙ୍କ ସହିତ ଭଲ ବ୍ୟବହାର କଲେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ । ୪ଟି ଜିନିଷ ଉପରେ ସେମାନଙ୍କୁ ଏହି ମାର୍କ ପ୍ରଦାନ କରାଯିବ । ଏନେଇ ଜାତୀୟ ମେଡିକାଲ ଆୟୋଗ (ଏନଏମସି) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି ।

ଏନଏମସିର ଗାଇଡଲାଇନ୍ସ ମୁତାବକ, ଏମବିବିଏସ୍ ଛାତ୍ରଛାତ୍ରୀମାନେ ରୋଗୀଙ୍କ ସହ ଭଲ ବ୍ୟବହାର କଲେ ସେମାନଙ୍କୁ ମାର୍କ ଦିଆଯିବ । ପାଠପଢ଼ା ସମୟରେ ଛାତ୍ରଛାତ୍ରୀଙ୍କୁ ଏନେଇ ଟ୍ରେନିଂ ଦିଆଯିବ । ନିକଟରେ ଏନଏମସି ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଥିଲା । ମେଡିକାଲ ଛାତ୍ରଛାତ୍ରୀଙ୍କ ବ୍ୟବହାରକୁ ସୁଧାରିବା ଲକ୍ଷ୍ୟରେ ଉତ୍ତରାଖଣ୍ଡ ହଲଦ୍ୱାନୀ ମେଡିକାଲ କଲେଜ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି ।

କଲେଜର ନିଷ୍ପତ୍ତି ଅନୁଯାୟୀ, ପ୍ରଫେସରମାନେ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦେବେ । ଏନେଇ ପ୍ରଫେସରଙ୍କୁ ପୂର୍ବରୁ ଟ୍ରେନିଂ ଦିଆଯାଇଛି । ଛାତ୍ରଛାତ୍ରୀମାନେ ଜୀବନରେ କିପରି ଜଣେ ଜଣେ ଭଲ ମଣିଷ ହୋଇପାରିବେ ସେହି ଉଦ୍ଦେଶ୍ୟରେ କଲେଜ ମ୍ୟାନେଜମେଣ୍ଟ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଏମବିବିଏସ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ା ସମୟରେ ପ୍ରାଥମିକ ଉପଚାର ସମ୍ବନ୍ଧିତ ସବୁକିଛି ଶିଖିଥାନ୍ତି । ସେଥିରେ ଟାଙ୍କି ଲଗାଇବା, ରକ୍ତଚାପ ମାପିବା, ଜୀବନ ରକ୍ଷାକାରୀ ଟେକ୍ନୋଲୋଜି ସମେତ ଅନେକ ଚିକିତ୍ସା ସାମିଲ ରହିଛି । ତେବେ ଜଣେ ଭଲ ଡାକ୍ତର ହେବାକୁ ହେଲେ ବ୍ୟବହାର ମଧ୍ୟ ନମ୍ର ହେବା ଆବଶ୍ୟକ । ତେଣୁ ଏହାକୁ ନେଇ ଏନଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଥିଲା ।

Get real time updates directly on you device, subscribe now.