fbpx

ଯାଜପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ

ଓଡିଶା ଭାସ୍କର(ଯାଜପୁର); ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ । କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ସୂଚନା ଅନୁଯାୟୀ, ପେନସନ କାଗଜପତ୍ର କାମ କରାଇଦେବା ପାଇଁ ନିରଞ୍ଜନ ରାୟ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ୭ ହଜାର ଟଙ୍କା ମାଗିଥିଲେ କିରାଣୀ ମହେଶ୍ୱର ସାମଲ । ଏନେଇ ଭିଜିଲାନ୍ସ ପାଖରେ ଉକ୍ତ ଅବସରପ୍ରାପ୍ତ ଶିକ୍ଷକ ଜଣକ ଅଭିଯୋଗ କରିଥିଲେ । ଏହା ପରେ ଗୁରୁବାର ବା ଆଜି କିରାଣୀ ମହେଶ୍ୱରକୁ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ରାୟ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଶେଷରେ ଅଭିଯୁକ୍ତ କିରାଣୀ ମହେଶ୍ୱର ସାମଲଙ୍କୁ ଗିରଫ କରିଛି ଭିଜିଲାନ୍ସ । ମହେଶ୍ଵର ସାମଲଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଯାଜପୁର ଜିଲ୍ଲାର ଦୁଇଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଚାଲିଛି । କଟକ ଭିଜିଲାନ୍ସ ଡିଭିଜନରେ ଏ ନେଇ ମାମଲା ରୁଜ୍ଜୁ ହୋଇଛି।

Get real time updates directly on you device, subscribe now.