fbpx
BJD
BJD SKY
BJD SKY

ରବିବାର ଏପରି ରହିବ ଭାରତୀୟ କ୍ରିକେଟ ଟିମ୍‌ର ଭାଗ୍ୟ, ଏହି ୩ ରାଶି ଫାଇନାଲରେ କରିବେ ଧମାକା

ନୂଆଦିଲ୍ଲୀ:ଆଇସିସି ୱାନ ଡେ’ ବିଶ୍ୱକପ୍ ୨୦୨୩ର ସେମିଫାଇନାଲରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଜବରଦସ୍ତ ବିଜୟ ହାସଲ କରି ଏବେ ଫାଇନାଲରେ ପହଞ୍ଚିଛି । ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଟିମ୍ ଇଣ୍ଡିଆ ୧୨ ବର୍ଷ ପରେ ୱାନ ଡେ’ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଓ ବିଶ୍ୱକପ୍ ଟ୍ରଫିର ସବୁଠାରୁ ବଡ ଦାବିଦାର ରହିଛି । ସେମିଫାଇନାଲରେ ଟିମ୍‌ର ସମସ୍ତ ଖେଳାଳୀ ଦମଦାର ପ୍ରଦର୍ଶନ କରିଛନ୍ତି ଓ ଇତିହାସ ରଚିଛନ୍ତି । ତେବେ ଫାଇନାଲରେ ଭାରତର ପ୍ରଦର୍ଶନକୁ ନେଇ ଜ୍ୟୋତିଷୀୟ ଗଣନା ବି ଆରମ୍ଭ ହୋଇଯାଇଛି । ସେମିଫାଇନାଲ ପୂର୍ବରୁ ମଧ୍ୟ ଜ୍ୟୋତିଷ ଗଣନା କହିଥିଲା କି ଟିମ୍ ଇଣ୍ଡିଆର ପଲା ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଭାରି ରହିବ । ଏହି କ୍ରମରେ ରବିବାର ରାଶି ଅନୁସାରେ କ୍ୟାପଟେନ୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହିତ କେଉଁ ବ୍ୟାଟସମ୍ୟାନଙ୍କ ରାଶି ସେମାନଙ୍କ ସହାୟତା କରିବ ଓ କେଉଁ କେଉଁ ବୋଲର ବିପକ୍ଷ ଟିମ୍‌ଙ୍କ ଲାଗି ସବୁଠାରୁ ଅଧିକ ବିପଦ ପାଲଟିବେ ଆସନ୍ତୁ ଜାଣିନେବା ।
ରୋହିତ ଶର୍ମା: ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କ ଚନ୍ଦ୍ର ରାଶି ହେଉଛି ତୁଳା । ଏହି ରାଶିଙ୍କ ଲାଗି ରବିବାର ଦିନ ଅଧିକ ସମ୍ବେଦନଶୀଳ ରହିବ । ତେଣୁ ଏହିଦିନ ସାବଧାନତାପୂର୍ବକ ବ୍ୟବହାର ଜରୁରୀ ।
ଶୁୁବମନ ଗିଲ୍‌: ଗିଲ୍‌ଙ୍କ ଚନ୍ଦ୍ର ରାଶି କୁମ୍ଭ । ଏହିଦିନ ସେମାନଙ୍କ ଲାଗି ସାମାନ୍ୟ ସମସ୍ୟାବହୁଳ ହୋଇଥାଏ । କିନ୍ତୁ ଏହା ଶନିଙ୍କ ରାଶି ହୋଇଥିବାରୁ ଏହି ରାଶିର ଲୋକମାନେ ବଳବାନ ରହିଥାନ୍ତି । ଏମାନେ ବିରୋଧୀଙ୍କୁ ପରାସ୍ତ କରିପାରିବେ ।
ବିରାଟ କୋହଲି: କ୍ରିକେଟ କିଙ୍ଗ କୋହଲିଙ୍କ ଚନ୍ଦ୍ର ରାଶି ବୃଷ । ରବିବାର ଏହି ରାଶିର ଲୋକଙ୍କ ଲାଗି ଅନୁକୂଳ ସଂଯୋଗ ରହିବ । କାର୍ଯ୍ୟଭାର ଅଧିକ ରହିଲେ ବି ସଫଳତା ମିଳିବ ।
ଶ୍ରେୟସ ଆୟର: ଚନ୍ଦ୍ର ରାଶି କୁମ୍ଭ । ଶନିଙ୍କ ରାଶି ହୋଇଥିବାରୁ ବିରୋଧୀଙ୍କୁ ପରାସ୍ତ କରିବେ ।
କେଏଲ୍ ରାହୁଲ: ରାଶି ମିଥୁନ । ରବିବାର ଦିନ ଏମାନଙ୍କ ପାଇଁ ସମସ୍ୟାବହୁଳ ହେବ ।
ସୂର୍ଯ୍ୟକୁମାର ଯାଦବ: ଚନ୍ଦ୍ର ରାଶି କୁମ୍ଭ । ସୁଯୋଗର ଫାଇଦା ଉଠାଇ ଏମାନେ ବିଜୟ ହାସଲ କରିପାରିବେ ।
ରବୀନ୍ଦ୍ର ଜାଡେଜା:ଚନ୍ଦ୍ର ରାଶି ତୁଳା । ରବିବାର ଦିନଟି ଏମାନଙ୍କ ଲାଗି ସମ୍ବେଦନଶୀଳ ରହିବ । ସାବଧାନତାପୂର୍ବକ ଆଚରଣ ସଫଳତା ଆଣିଦେବ ।
କୁଲଦୀପ ଯାଦବ: ଚନ୍ଦ୍ର ରାଶି ମିଥୁନ । ଏମାନଙ୍କୁ ରବିବାର ଦିନ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ମୋହମ୍ମଦ ସିରାଜ: ଚନ୍ଦ୍ର ରାଶି ସିଂହ । ଏହିଦିନ ଏମାନଙ୍କ ଲାଗି ଅତ୍ୟନ୍ତ ଶୁଭ । ବିରୋଧୀଙ୍କୁ ପରାସ୍ତ କରିବେ ।
ମୋହମ୍ମଦ ଶାମି:ଶାମିଙ୍କର ମଧ୍ୟ ଚନ୍ଦ୍ର ରାଶି ସିଂହ । ଏହିଦିନ ଶତ୍ରୁକୁ ପରାଜୟ କରିବାର ସମସ୍ତ ସମ୍ଭାବନା ରହିଛି ।
ଜସପ୍ରୀତ ବୁମରାହ: ଚନ୍ଦ୍ର ରାଶି ମକର । ରବିବାର ଦିନ ଏହି ରାଶିଙ୍କ ଲାଗି ଅତ୍ୟନ୍ତ ଶୁଭ । ନିର୍ଦ୍ଧାରିତ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ ।
ତେବେ ରାଜସ୍ଥାନ ଚିତ୍ତୋରଗଡ ସ୍ଥିତ ଶ୍ରୀ କଲ୍ଲାଜୀ ବୈଦିକ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗ ଅଧ୍ୟକ୍ଷ ଡା.ମୃତ୍ୟୁଞ୍ଜୟ ତିୱାରୀଙ୍କ କହିବା ଅନୁସାରେ ରବିବାର ସୂର୍ଯ୍ୟ ଓ ଶନିଙ୍କ ରାଶି ବେଶ୍ ଭାଗ୍ୟଶାଳୀ ସାବ୍ୟସ୍ତ ହେବେ । ସୂର୍ଯ୍ୟଙ୍କ ରାଶି ସିଂହ ଓ ଶନିଙ୍କ ରାଶି ମକର ଓ କୁମ୍ଭ । ଏହି ୩ ରାଶି ରବିବାର ବଳବାନ ରହିବେ ଓ ବିରୋଧୀଙ୍କୁ ପରାଜିତ କରିବେ ।

Get real time updates directly on you device, subscribe now.