fbpx

ଅଷ୍ଟ୍ରେଲିଆ ଫାଇନାଲକୁ ଗଲେ ଭାରତ ଚାମ୍ପିୟନ ହେବାର ସମ୍ଭାବନା ଅଧିକ: ୧୯୮୩ରୁ ୨୦୨୩ ମଧ୍ୟରେ ଆସୁଛି ୩ଟି ବିରଳ ସଂଯୋଗ

ନୂଆଦିଲ୍ଲୀ: ଘରୋଇ ମାଟିରେ ଚାଲିଥିବା ଦିନିକିଆ ବିଶ୍ୱକପରେ ପ୍ରଥମ ଦଳ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରିବା ପରେ ଏବେ ପ୍ରଥମ ଦଳ ଭାବେ ଫାଇନାଲରେ ମଧ୍ୟ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ୭୦ ରନ ବ୍ୟବଧାନରେ ପରାସ୍ତ କରି ଗତ ୨୦୧୯ ବିଶ୍ୱକପର ମଧୁର ପ୍ରତିଶୋଧ ନେଇଛି । ଆଜି ଦକ୍ଷିଣ ଆଫ୍ରିକା- ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଚାଲିଥିବା ବେଳେ ବିଜେତା ଟିମ୍ ସହ ଭାରତ ନଭେମ୍ବର ୧୯ରେ ଫାଇନାଲ ଖେଳିବ ।

ତେବେ ଆଜି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ ମଧ୍ୟରେ ୬ଟି ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଛି । ତଥାପି ମ୍ୟାଚ ସମାପ୍ତ ନ ହେବା ପର୍ଯ୍ୟନ୍ତ ଖେଳର ଫଳାଫଳ ନେଇ କିଛି କହିହେବ ନାହିଁ । ଉଭୟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ଲିଗ୍ ପର୍ଯ୍ୟାୟରେ ପରାସ୍ତ କରିବା ସହିତ ଭାରତ କ୍ରମାଗତ ୧୦ଟି ମ୍ୟାଚରେ ଜିତି ବିଶ୍ୱକପରେ ଅପରାଜେୟ ରହିଛି ।

ତେବେ ଯଦି ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପରେ ଫାଇନାଲକୁ ଯାଏ ତେବେ ସେ ଭାରତ ଠାରୁ ପରାସ୍ତ ହେବ ଓ ଭାରତ ବିଶ୍ୱ ଚାମ୍ପିୟନ ହେବାର ସମ୍ଭାବନା ଅଧିକ ରହିଛି । ଏନେଇ ଗତ ୧୯୮୩ରୁ ୨୦୨୩ ମଧ୍ୟରେ ୪୦ ବର୍ଷର ବିଶ୍ୱକପ ଇତିହାସରେ ୩ଟି ବିରଳ ସଂଯୋଗ ଦେଖିବାକୁ ମିଳୁଛି । ଯେଉଁ ବିଶ୍ୱକପରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ବିଶ୍ୱକପ ଭାରତ ନାମରେ ହୋଇଥିଲା । ୧୯୮୩ ବିଶ୍ୱକପରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଫାଇନାଲରେ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ୱବିଜୟୀ ହୋଇଥିଲା । ୨୦୧୧ ବିଶ୍ୱକପରେ ମଧ୍ୟ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା । ସେହିପରି ୨୦୨୩ ବିଶ୍ୱକପରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଫାଇନାଲରେ ମଧ୍ୟ କଙ୍ଗାରୁରୁ ହରାଇ ଭାରତ ବିଶ୍ୱଚାମ୍ପିୟନ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.