fbpx
BJD SKY
BJD SKY

ନଭେମ୍ବର ପହିଲାରୁ ରାଉରକେଲା-କୋଲକାତା ବିମାନସେବା ଆରମ୍ଭ : ଆଲାଏନ୍ସ ଏୟାର ପକ୍ଷରୁ ମିଳିଲା ସୂଚନା

BJD

ରାଉରକେଲା : ନଭେମ୍ବର ପହିଲାରୁ ଷ୍ଟିଲ ସିଟିରୁ ଭୁବନେଶ୍ୱର ଦେଇ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ । ପୂର୍ବରୁ ଚଳାଚଳ ହେଉଥିବା ରାଉଲକେଲାରୁ ଭୁବନେଶ୍ୱର ବିମାନକୁ ଏବେ କୋଲକାତା ସହ ସଂଯୋଗ କରାଯାଇଛି । ଏନେଇ ଆଲାଏନ୍ସ ଏୟାର ପକ୍ଷରୁ ସୂଚନା ଜାରି କରାଯାଇଛି । ଏବେ ଯାତ୍ରୀଙ୍କୁ ରାଉରକେଲାରୁ – କୋଲକାତା ଯିବା ପାଇଁ ଆଉ ବିମାନ ବଦଳାଇବାକୁ ପଡିବ ନାହିଁ । ଯାତ୍ରୀମାନେ ସିଧାସଳଖ ରାଉରକେଲାରୁ କୋଲକାତାକୁ ଯାତ୍ରା କରି ପାରିବେ ।

ତେବେ ରାଉରକେଲାକୁ କୋଲକାତା ସହ ଯେଉଁ ବିମାନ ଯୋଡିବ ତାହା ହେଉଛି ଏଟିଆର-୭୨ (୯୧୭୪୫) । ଏହି ବିମାନ କୋଲକାତାରେ ଅପରାହ୍ନ ୧ଟା ୫୦ରୁ ବାହାରି ଭୁବନେଶ୍ୱରରେ ୩ଟା ୨୦ରେ ପହଞ୍ଚିବ । ଏହାପରେ ଅପରାହ୍ନ ୩ଟା ୪୫ରୁ ବାହାରି ରାଉରକେଲାରେ ୪ଟା ୪୦ରେ ପହଞ୍ଚିବ । ଠିକ ସେହିପରି ବିମାନ ଅପରାହ୍ନ ୫ଟା ୫ରେ ରାଉଲକେଲାରୁ ବାହାରି ଭୁବନେଶ୍ୱରରେ ୫ଟା ୫୫ରେ ପହଞ୍ଚିବ । ସେଠାରେ ବିମାନ କିଛି ସମୟ ରହି ୬ଟା ୨୫ରେ ବାହାରି ୮ଟା ୫ରେ କୋଲକାତା ବିମାନବନ୍ଦରରେ ଅବତରଣ କରିବ ।

ଏଥିରେ ଯାତ୍ରା କରିବା ପାଇଁ ବିମାନ ପରିଚାଳନାକାରୀ ସଂସ୍ଥା ଆଲାଏନ୍ସ ଏୟାର ପକ୍ଷରୁ ଟିକଟ ବିକ୍ରି କାର୍ଯ୍ୟକ୍ରମ ଆରମ୍ଭ କରିଛି । ତେବେ ସୂଚନାଯୋଗ୍ୟ ଯେ, ରାଉରକେଲାରୁ କୋଲକାତା ଯାତ୍ରା କରିବା ପାଇଁ ୪,୪୩୩ ଟଙ୍କା ଟିକଟର ମୂଲ୍ୟ ରହିଥିବା ବେଳୈ କୋଲକାତାରୁ ରାଉଲକେଲା ଆସିବା ପାଇଁ ୫,୦୫୫ଟଙ୍କା ଟିକଟର ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.