fbpx
BJD SKY
BJD SKY

ଅଚାନକ ବିସିସିଆଇ ନେଲା ବଡ ନିଷ୍ପତ୍ତି, ଏହି ଖେଳାଳୀଙ୍କ ଉପରେ ଲଗାଇଲା ୨ ବର୍ଷ ବ୍ୟାନ୍

BJD

ନୂଆଦିଲ୍ଲୀ:  ଟିମ୍ ଇଣ୍ଡିଆ ୱାନ ଡେ’ ୱାର୍ଲ୍ଡ କପ୍ ୨୦୨୩ରେ ବେଶ୍ ଭଲ ପ୍ରଦର୍ଶନ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏ ପର୍ଯ୍ୟନ୍ତ ହୋଇଥିବା ମ୍ୟାଚ୍‌ରେ ବିଜୟ ହିଁ ହାସଲ କରି ଆସିଛି । ଏହାରି ମଧ୍ୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ବଡ ନିଷ୍ପତ୍ତି ନେଇଛି । ବିସିସିଆଇ ଜଣେ ଖେଳାଳୀଙ୍କ ଉପରେ ୨ ବର୍ଷ ବ୍ୟାନ୍ ଲଗାଇ ଦେଇଛନ୍ତି । ଏହି କ୍ରିକେଟରଙ୍କ ଉପରେ ଅଲଗା ଅଲଗା ତାରିଖର ଜନ୍ମ ପ୍ରମାଣପତ୍ର ଦାଖଲ କରିବାର ଅଭିଯୋଗ ଲାଗିଛି । ଏହାପରେ ଏହି ଖେଳାଳୀ ଏବେ ବିସିସିଆଇର କୌଣସି ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ ନାହିଁ ।

ଏହି ଖେଳାଳୀ ହେଉଛନ୍ତି ଜାମ୍ମୁ କାଶ୍ମୀରର କ୍ରିକେଟର ବଂଶଜ ଶର୍ମା । ଜାମ୍ମୁ କାଶ୍ମୀରର କ୍ରିକେଟ ଆସୋସିଏସନ୍ ଶନିବାର ଜାରି କରିଥିବା ଏକ ବୟାନରେ କହିଛି ଜାମ୍ମୁର କ୍ରିକେଟର ବଂଶଜ ଶର୍ମାଙ୍କୁ ଅଲଗା ଅଲଗା ଜନ୍ମତିଥି ସହିତ ଏକାଧିକ ବାର୍ଥ ସାର୍ଟିଫିକେଟ୍ ଜମା କରିବା ଅଭିଯୋଗରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ତାଙ୍କ ଉପରେ ୨ ବର୍ଷ ପାଇଁ ବ୍ୟାନ୍ ଲଗାଇ ଦେଇଛି । ଏହି ସମୟରେ ସେ ବିସିସିଆଇର କୌଣସି ଟୁର୍ଣ୍ଣାମେଣ୍ଟରେ ଖେଳି ପାରିବେ ନାହିଁ ।
ବଂଶଜଙ୍କ ଉପରେ ଲାଗିଥିବା ଏହି ବ୍ୟାନ୍ ୨୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି । ୨ ବର୍ଷ ପରେ ଯାଇ ସେ କୌଣସି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ ।

Get real time updates directly on you device, subscribe now.