fbpx
BJD SKY
BJD SKY

ଶସ୍ତା ହେବ ପିଆଜ ଦର! ସରକାର ରପ୍ତାନି ଶୁଳ୍କ ସମେତ ନେଲେ ଅନେକ ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ : ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ପୁଣି ଚିନ୍ତା ବଢିଗଲାଣି । ଗତକିଛି ସପ୍ତାହ ମଧ୍ୟରେ ପିଆଜର ଦର ଦୁଇଗୁଣ ବୃଦ୍ଧି ପାଇଛି । ଦିଲ୍ଲୀ ଏନସିଆର ସମେତ ଅନେକ ସ୍ଥାନରେ ପିଆଜର ମୂଲ୍ୟ ୮୦ କିଲୋଗ୍ରାମ ହୋଇଛି । ଗୋଟିଏ ସପ୍ତାହ ମଧ୍ୟରେ ପିଆଜର ମୂଲ୍ୟ କିଲୋଗ୍ରାମ ପ୍ରତି ୧୫ଟଙ୍କାରୁ ୨୦ଟଙ୍କା ବୃଦ୍ଧି ପାଇଛି । ଅନୁମାନ କରାଯାଉଛି ଯେ, ଆଗତ କିଛି ଦିନ ମଧ୍ୟରେ ପିଆଜର ମୂଲ୍ୟ ଶତକ ଛୁଇଁବ । ଟମାଟ ପରେ ପିଆଜ ଦରରେ ବୃଦ୍ଧି ଯୋଗୁଁ, ମଧ୍ୟମଧରଣ ଲୋକଙ୍କ ରୋଷେଇର ବଜେଟ ଉପରେ ପ୍ରଭାବ ପଡୁଛି । ତେବେ ସରକାର ସାଧାରଣ ଲୋକଙ୍କୁ କିଛି ଆଶ୍ୱସ୍ତି ଦେବା ପାଇଁ ଏବଂ ପିଆଜର ବଢୁଥିବା ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ପ୍ରସ୍ତୁତୁ କରୁଛନ୍ତି ।

ସରକାର ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ଦେବା ପାଇଁ ପିଆଜ କିଲୋଗ୍ରାମ ପିଛା ୨୫ଟଙ୍କାରେ ବିକ୍ରି କରୁଛନ୍ତି । ଏଗୁଡିକ ବଫର ଷ୍ଟକ୍ର ପିଆଜ, ଯାହା ନିକଟ ରାଜ୍ୟରୁ କ୍ରୟ କରାଯାଇଛି । ସରକାର ଏହି ବଫର ପିଆଜକୁ ଦୁଇଟି ସମବାୟ ସଂସ୍ଥା ଏନସିସିଏଫ ଏବଂ ଏନଏଏଫଇଡି ଆଉଟଲେଟ ଯାନ ମାଧ୍ୟମରେ କିଲୋଗ୍ରାମ ପିଛା ୨୫ ଟଙ୍କା ସବସିଡି ହାରରେ ବିକ୍ରି କରୁଛନ୍ତି ।

ପିଆଜ ଦର ନିୟନ୍ତ୍ରଣ କରିବାକୁ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶନିବାର ଦିନ ଡିଜେଏଫଟି ପିଆଜର ରପ୍ତାନି ଶୁଳ୍କ ଟନ ପିଛା ୮୦୦ଡଲାରକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାର ଅର୍ଥ ହେଉଛି ଭାରତରୁ ବିଦେଶୀ ଦେଶ ପର୍ଯ୍ୟନ୍ତ ପିଆଜ ପ୍ରାୟ ୬୭ଟଙ୍କା ହେବ । ଏହି ନିଷ୍ପତ୍ତି ଦ୍ୱାରା ଦେଶର ବାହାରେ ପିଆଜ କମ ମାତ୍ରାରେ ପହଞ୍ଚିବ ଏବଂ ଘରୋଇ ବଜାରରେ ଅଧିକ ମାତ୍ରାରେ ପହଞ୍ଚିବ । ତେବେ ଯାଇ ଦର ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ପାରିବ ।

Get real time updates directly on you device, subscribe now.