fbpx

ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ, ସ୍ୱାମୀଙ୍କ ମୃତ୍ୟୁ ପରେ ବାପ ଘରେ ରହି ଆସୁଥିଲେ

Advertisement

ଭୁବନେଶ୍ୱର: କୁହାଯାଏ ଝିଅ ବାପାର ସବୁଠାରୁ ଗେହ୍ଲା ହୋଇଥାଏ । କିନ୍ତୁ ଆଜି ମୟୁରଭଞ୍ଜରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବାପା ଝିଅର ଏହି ଅନ୍ତରଙ୍ଗ ସଂପର୍କ ଉପରେ ରକ୍ତଛିଟାର ଦାଗ ଲଗାଇ ଦେଇଛି । ମୟୂରଭଞ୍ଜର କପ୍ତିପଦା ଥାନା ପଥରଖଣି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ନିଜ ବାପ ଘରେ ରହି ଆସୁଥିଲେ । ଆଜି କୌଣସି କାରଣରୁ ବାପା ଝିଅଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏଥିରେ ବାପା ଉତକ୍ଷିପ୍ତ ହୋଇ ଝିଅକୁ ଗୋଡରେ ଶକ୍ତ ପ୍ରହାର କରିଥିଲା । ଏଥିରେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । କପ୍ତିପଦା ଥାନା ପୋଲିସ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

Get real time updates directly on you device, subscribe now.