fbpx
BJD SKY
BJD SKY

CRPF କ୍ୟାମ୍ପରେ ଅଘଟଣ : ନିଜକୁ ନିଜେ ଗୁଳି କଲେ ଯବାନ

BJD

ନୂଆପଡ଼ା : ବୋଡେନ ଥାନା ଅର୍ନ୍ତଗତ ଖଡୁପାଣି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖଡୁପାଣି ସ୍ଥିତ CRPF କ୍ୟାମ୍ପରେ ଏକ ଅଘଟଣ ଘଟିଛି । ସେ ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ଜଣକ ହେଲେ ତାମିଲନାଡୁର ଡି. ଗୁଣଶେଖରନ୍ । ଗୁଣଶେଖରନ୍ ସିଆରପିଏଫ-୧୯ ବାଟାଲିୟନର ସବଇନସ୍ପେକ୍ଟର ଥିଲେ । ତେବେ ଏସଆଇଙ୍କର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଏନେଇ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ ।

Get real time updates directly on you device, subscribe now.