fbpx

RR vs SRH: ଜସ୍ ବଟଲର ଏବଂ ସାମସନଙ୍କ ଦ୍ରୁତ ଅର୍ଦ୍ଧଶତକ, ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ୫୨ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଏହି ମ୍ୟାଚ୍‌ରେ ରାଜସ୍ଥାନ ବ୍ୟାଟ୍ସମ୍ୟାନ୍ ଜବରଦସ୍ତ ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜସ୍ଥାନର ଦୁଇ ଓପନିଂ ଯୋଡ଼ି ଜସ୍ ବଟଲର ଏବଂଜଶସ୍ୱୀ ଜୈସ୍ୱାଲ ଦୃଢ଼ ମୂଳଦୁଆ ପକାଇଥିଲେ ।

ଜୈସ୍ୱାଲ ୩୫ ରନ୍‌ରେ ଆଉଟ୍ ହେବା ପରେ ଅଧିନାୟକ ସଞ୍ଜୁ ସାମସନ କ୍ରିଜ୍‌କୁ ଆସିଥିଲେ । ସେ ବଟଲରଙ୍କ ସହିତ ମିଶି ଦଳର ସ୍କୋର ବଢାଇଥିଲେ । ଜସ୍ ବଟଲର ୫୯ ବଲ୍‌ରେ ୯୫ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ସାଞ୍ଜୁ ସାମସନ ୩୮ ବଲ୍ ଖେଳି ୬୬ ରନ୍ ସ୍କୋର କରିଥିଲେ । ହାଇଦ୍ରାବାଦ୍ ପାଇଁ ଭୁବନେଶ୍ୱର କୁମାର ଏବଂ ମାର୍କୋ ଜନସନ୍ ଗୋଟିଏ ଲେଖାଏଁ ଉଇକେଟ୍ ନେଇଥିଲେ ।

Get real time updates directly on you device, subscribe now.