fbpx

Asian Weightlifting: ରୌପ୍ୟ ପଦକ ଜିତିଲେ ୨୦ ବର୍ଷୀୟ ଜେରେମି ଲାଲ୍ରିନ୍ନୁଙ୍ଗା , ଟୁର୍ନାମେଣ୍ଟରେ ଭାରତକୁ ମିଳିଲା ଦ୍ୱିତୀୟ ପଦକ

ନୂଆଦିଲ୍ଲୀ: ଭାରତର ୨୦ ବର୍ଷୀୟ ଭାରୋତ୍ତଳକ ଜେରେମି ଲାଲ୍ରିନ୍ନୁଙ୍ଗା ରବିବାର ଭାରତ ପାଇଁ ଗୌରବ ଆଣିଛନ୍ତି । କୋରିଆର ଜିଞ୍ଜୁରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ପୁରୁଷ ୬୭ କିଲୋଗ୍ରାମ ସ୍ନାଚ୍ ରେ ଜେରେମି ରୌପ୍ୟ ପଦକ ଜିତିଥିଲେ, କିନ୍ତୁ କ୍ଲିନ୍ ଏବଂ ଜର୍କରେ ତିନୋଟି ପ୍ରୟାସରେ ବିଫଳ ହୋଇଥିଲେ ।

୨୦୨୨ କମନୱେଲଥ ଗେମ୍ସ ପରେ ଜେରେମି ତାଙ୍କର ପ୍ରଥମ ଟୁର୍ନାମେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ୧୨ ଜଣ ଭାରୋତ୍ତଳକ ମଧ୍ୟରେ ଜେରେମି ଏକମାତ୍ର ଯିଏକି ତାଙ୍କ ଇଭେଣ୍ଟ ଶେଷ କରିପାରି ନଥିଲେ । ତେବେ ତାଙ୍କର ଓଜନ ବର୍ଗ କିନ୍ତୁ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଅଂଶ ନୁହେଁ ।

ଜଙ୍ଘରେ ଆଘାତ ହେତୁ ଗତ ବର୍ଷର ବିଶ୍ୱ ଚାମ୍ପିଅନସିପ୍ ଖେଳି ପାରିନଥିବା ମିଜୋରାମ ଖେଳାଳି ଆରମ୍ଭରେ ଭଲ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ପ୍ରୟାସରେ ୧୩୭ କିଲୋଗ୍ରାମ ଉଠାଇ ପାରିନଥିଲେ କିନ୍ତୁ ପରବର୍ତ୍ତୀ ପ୍ରୟାସରେ ସଫଳତାର ସହ ସମାନ ଓଜନ ଉଠାଇଥିଲେ। ଏହା ପରେ, ତୃତୀୟ ପ୍ରୟାସରେ, ସେ ୧୪୧ କିଲୋଗ୍ରାମ ଉଠାଇ ଏହି ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ବର୍ଗରେ ଚୀନ୍‌ର ହେ ୟୁଜି ସମାନ ବର୍ଗରେ ୧୪୭+୧୭୩) ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ କୋରିଆର ଲୀ ସେସଙ୍ଗିଆନ୍ (୧୩୯+୧୭୪) ଓଜନ ଉଠାଇ ବ୍ରୋଞ୍ଜ ଜିତିଥିଲେ ।

ଏହାପୂର୍ବରୁ ମହିଳା ୫୫ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ବିନ୍ଦିଆରାଣି ଦେବୀ ଶନିବାର ଭାରତର ପଦକ ଖାତା ଖୋଲିଥିଲେ। ଏହିପରି ଭାବରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ପଦକ ପାଇଛି।

Get real time updates directly on you device, subscribe now.