fbpx

ବହୁ ପ୍ରତୀକ୍ଷିତ ଫିଲ୍ମ ‘RRR’ର ରିଲିଜକୁ ନେଇ ଆସିଲା ବଡ ଅପଡେଟ୍, ଏହି ଭାଷାରେ ଚାଲିଛି ଡବିଂ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ “RRR” କୁ ନେଇ ଲୋକମାନେ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି । ଏବେ ଫିଲ୍ମକୁ ନେଇ ଆଉ ଏକ ଅପଡେଟ୍ ଆସିଛି । କୁହାଯାଉଛି ଯେ, ସବୁଠାରୁ ବଡ଼ ମଲ୍ଟିଷ୍ଟାରର୍ ଫିଲ୍ମ RRR ର ଖୁବଶୀଘ୍ର ସୁଟିଂ ପୂରା ହେବାକୁ ଯାଉଛି । ଏନେଇ ଫିଲ୍ମ ମେକର୍ସ ମାନେ ସୂଚନା ଦେଇଛନ୍ତି । ଫିଲ୍ମଟି ପୂର୍ବ ଘୋଷଣା ଅନୁସାରେ ଅକ୍ଟୋବର୍ ୧୩ ତାରିଖରେ ରିଲିଜ୍ ହେବାକୁ ଯାଉଛି ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ଜୁନିୟର୍ ଏନଟିଆର୍ ଏବଂ ରାମ ଚରଣ୍ ଦୁହେଁ ତେଲୁଗୁ ଓ ତାମିଲ୍ ଡବିଂ ପୂରା କରିସାରିଛନ୍ତି । ଖୁବ୍ ଶୀଘ୍ର ବାକି ସବୁ ଭାଷାରେ ଡବିଂ ଆରମ୍ଭ ହୋଇଯିବ । ଏମିତିରେ ବି ଏବେ ଦୁଇଟି ଗୀତର ସୁଟିଂ ଚାଲିଛି । କିନ୍ତୁ ଏବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ ଆରମ୍ଭ ହୋଇସାରିଲେଣି । ତେବେ ଏହି ଫିଲ୍ମରେ ପାନ୍ ଇଣ୍ଡିଆ ଆଭିମୁଖ୍ୟ ହେତୁ ସବୁ ଈଣ୍ଡଷ୍ଟ୍ରିରୁ ଷ୍ଟାର୍ ମାନଙ୍କୁ କାଷ୍ଟ କରାଯାଇଛି । ଯେମିତିକି ବଲିଉଡ୍ ରୁ ଆଲିୟା ଭଟ୍ଟ ଏବଂ ଅଜୟ ଦେବଗନ୍ ଏଥିରେ ଖାସ୍ ଚରିତ୍ର ନିଭେଇବାକୁ ଯାଉଛନ୍ତି ।

ପାଖାପାଖି ୪୫୦ କୋଟି ଟଙ୍କା ବଜେଟ୍ ସହିତ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ସମେତ ଅନ୍ୟାନ୍ୟ ଭାଷାରେ RRR ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି । ପେନ୍ ଷ୍ଟୁଡିଓ, ଉତ୍ତର ଭାରତର ନାଟ୍ୟ ଅଧିକାର ନେଇସାରିଛି । ଏହା ସହିତ ସମସ୍ତ ଭାଷା ପାଇଁ ଇଲେକ୍ଟ୍ରୋନିକ୍ ଅଧିକାର ମଧ୍ୟ କ୍ରୟ କରାଯାଇଛି ।
ଏହି ଚଳଚ୍ଚିତ୍ରଟି ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ କୋମାରାମ ଭୀମ ଏବଂ ଅଲୁରୀ ସୀତାରାମ ରାଜୁଙ୍କ ଜୀବନ ଉପରେ ଆଧାରିତ । ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ RRR ଫିଲ୍ମ ଟିକୁ ସୁଟ୍ କରାଯାଇଛି । ଆହୁରି ମଧ୍ୟ ଦର୍ଶକଙ୍କୁ ସେହି ସମୟର କାହାଣୀର ପରିବେଶକୁ ନେବା ପାଇଁ ବୃହତ ସେଟ୍ ନିର୍ମାଣ କରାଯାଇଛି । ନିକଟରେ ଫିଲ୍ମ ବିଷୟରେ ଆଉ ଏକ ଖବର ଆସୁଥିଲା ଯେ ଆଲିଆ ଭଟ୍ଟ ଏହି ଚଳଚ୍ଚିତ୍ର ପାଇଁ ୬ କୋଟି ଟଙ୍କା ନେଇଛନ୍ତି ।

Get real time updates directly on you device, subscribe now.