fbpx

ଆଜିର ଦିନରେ ୧୫ ହଜାର ରନ୍ ପୂରଣ କରିଥିଲେ ସଚିନ୍

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ୧୪ ବର୍ଷ ତଳେ ଆଜିର ଦିନରେ ଦିନିକିଆରେ ୧୫ ହଜାର ରନ୍ ପୂରଣ କରିଥିଲେ । ପ୍ରଥମ କ୍ରିକେଟର ଭାବରେ ମାଷ୍ଟର ବ୍ଲାଷ୍ଟର ଦିନିକି÷ଆରେ ୧୫ ହଜାର ରନ୍ ପୂରଣ କରିବାର ଗୌରବ ହାସଲ କରିଥିଲେ । ୨୯ ଜୁନ୍ ୨୦୨୧ରେ ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚରେ ୯୩ ରନର ଇନିଂସ ଖେଳିବା ସହିତ ଏହି କୃତିତ୍ୱ ହାସଲ କରିଥିଲେ ସଚିନ୍ ।

ଭାରତ ୨୨୭ ରନର ପିଛା କରୁଥିବା ବେଳେ ସଚିନ୍ ୧୦୬ ବଲ୍ ଖେଳି ୯୩ ରନ ସଂଗ୍ରହ କରିଥିଲେ । ତେନ୍ଦୁଲକରଙ୍କ ଇନିଂସରେ ୧୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା । ୩୨ ତମ ଓଭରରେ ୪ ୱକେଟ ହରାଇ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଥିଲା । ନଭେମ୍ବର ୧୫, ୧୯୮୯ରେ ଟେଷ୍ଟ କ୍ରିକେଟ ପଦାର୍ପଣ କରିଥିବା ଲିଟିଲ ମାଷ୍ଟର ସମାନ ବର୍ଷର ଡିସେମ୍ବର ୧୮ ତାରିଖରେ ନିଜର ପ୍ରଥମ ଦିନିକିଆ ଖେଳିଥିଲେ । ୨୦୦ ଟେଷ୍ଟ ଖେଳିଥିବା ସଚିନ୍ ୫୧ ଶତକ ସହିତ ୧୫୯୨୧ ରନ୍ କରିଥିବା ବେଳେ ଦିନିକିଆରେ ୪୯ ଶତକ ସହିତ ୧୮୪୨୬ ରନ୍ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.