fbpx

ରକ୍ଷା ବଜେଟରେ ୬୨୧୪୦ କୋଟି ଟଙ୍କାର ଘୋଷଣା! ରାଜନାଥ ସିଂହ ଅର୍ଥ ମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ୨୦୨୪ ଜାରି କରିଛନ୍ତି । ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଜେଟ ୨୦୨୪ରେ ରକ୍ଷା ମନ୍ତ୍ରାଳୟ ପାଇଁ ଆଲଟମେଣ୍ଟରେ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ରକ୍ଷା ମନ୍ତ୍ରାଳୟକୁ ମିଳିଥିବା ଆବଣ୍ଟନ ପାଇଁ ମୁଁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ରକ୍ଷା ମନ୍ତ୍ରାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କାର ସବୁଠାରୁ ଅଧିକ ଆବଣ୍ଟନ ମିଳିଛି, ଯାହା ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଭାରତ ସରକାରର ସମୁଦାୟ ବଜେଟର ୧୨.୯ ପ୍ରତିଶତ ଅଟେ ।

ରାଜନାଥ ସିଂହ କହିଛନ୍ତି ଯେ, ୧,୭୨,୦୦୦ କୋଟି ଟଙ୍କାର କ୍ୟାପିଟାଲ ଆଉଟଲେରେ ସଶସ୍ତ୍ର ବାହିନୀର କ୍ଷମତାଗୁଡିକୁ ଆହୁରି ମଜବୁତ କରାଯିବ । ସ୍ୱଦେଶୀ ପୁଞ୍ଜି କ୍ରୟ ପାଇଁ ୧,୦୫,୫୧୮.୪୩ କୋଟି ଟଙ୍କା ଆବଣ୍ଟନ କରି ଆତ୍ମନିର୍ଭରଶୀଲତାକୁ ଆହୁରି ବୃଦ୍ଧି କରିବ । ରକ୍ଷା ମନ୍ତ୍ରୀ ଖୁସି ବ୍ୟକ୍ତ କଲେ ଗତ ବଜେଟ ତୁଳନାରେ ସୀମା ସଡ଼କ ସଂସ୍ଥାନକୁ କ୍ୟାପିଟାଲ ହେଡ ଅନ୍ତର୍ଗତ ୩୦% ଅଧିକ ଆବଣ୍ଟନ ମିଳିଛି ।

Get real time updates directly on you device, subscribe now.