fbpx

ଆରଟିଆଇ କର୍ମୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ୫ ଗିରଫ

ବାଲିଗୁଡା,୨୯ ।୧୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ । ଦୁଇ ସୁପାରୀ କିଲର୍ ସହ ମୁଖ୍ୟ ଅଭିଯୁକ୍ତ ବିଶ୍ବଜିତ୍ ପାତ୍ର ଓ ସୁପାରୀ କିଲିଂରେ ମଧ୍ୟସ୍ଥି ସାଜିଥିବା ଦୁଇଜଣ ସାଉଥ୍ କୋ କର୍ମଚାରୀ ଗିରଫ ହୋଇଛନ୍ତି । ଦୁଇ ସୁପାରୀ କିଲର୍ ଗଞାମ ଅଞ୍ଚଳର ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିଶ୍ବଜିତ୍ ପାତ୍ର ବାଲିଗୁଡାର ବୋଲି ଜଣାପଡିଛି । ସୁପାରୀ କିଲିଂରେ ମଧ୍ୟସ୍ଥି ସାଜିଥିବା ବାଲିଗୁଡା ସାଉଥ୍ କୋ ବିଭାଗର ଦୁଇ କର୍ମଚାରୀ ଏସ୍ ବାଲାଜୀ ଆଚାରୀ ଗଞାମ ଜିଲ୍ଲା ଧରାକୋଟ ଥାନା ଓ ରାସ୍ ବିହାରୀ ଦାସ ଗଞାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ପାଖରୁ ବନ୍ଧୁକ, ୩ଟି ଗୁଳି, ବାଇକ୍ ଓ ୬ଟି ମୋବାଇଲ ଜବତ ହୋଇଛି । ଘଟଣାରେ ଅନ୍ୟଜଣେ ଅଭିଯୁକ ଫେରାର୍ ଅଛି । ଏନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କନ୍ଧମାଳ ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ତେବେ ଜଗନ୍ନାଥ ମନ୍ଦିର ମାର୍କେଟ କମ୍ପେ୍ଲକ୍ସ ଘର ଉଚ୍ଛେଦ ନେଇ ବିବାଦ ରହିଥିଲା । ଏନେଇ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ହତ୍ୟା ପାଇଁ ସୁପାରୀ କିଲରକୁ ୧ ଲକ୍ଷ ଟଙ୍କା ଦିଆଯାଇଥିଲା । ଗତ ୧୦ ତାରିଖରେ ଘରୁ ଡାକି ନେଇ ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.