fbpx

ବଡ଼ ଖବର: ନିୟମିତ ହେବେ RTO ଡାଟା ଏଣ୍ଟ୍ରି ଅପରେଟର

କଟକ (ଓଡ଼ିଶା ଭାସ୍କର): ଆରଟିଓରେ ଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ନିୟମିତ ହେବେ ଆରଟିଓରେ ଠିକାରେ ଥିବା ଡାଟା ଏଣ୍ଟ୍ରି ଅପରେଟର । ଆଉଟ୍ ସୋର୍ସିଂରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ନିୟମିତ ହେବେ । ଏନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ୩୫୦ କର୍ମଚାରୀ ଏଥିରୁ ଉପକୃତ ହେବେ ।

ଏହା ପୂର୍ବରୁ ନଭେମ୍ବର ମାସରେ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ପ୍ରାୟ ୧୫ ଶହ ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହୋଇଥିଲେ । ଯୋଗ୍ୟତା ଆଧାରରେ ସେମାନଙ୍କୁ ନିୟମିତ କରାଇବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଆଉଟସୋର୍ସିଂରେ ୪ଟି ବିଭାଗରେ କାର୍ଯ୍ୟରତ ଥିବା ଡାଟା ଏଣ୍ଟ୍ରି ଅପରେଟରମାନେ ନିଯୁକ୍ତି ପାଇଥିଲେ । ଲୋକାଲ ଫଣ୍ଡ ଅଡିଟ୍, ସବ୍‌ରେଜିଷ୍ଟ୍ରିରେ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଥିଲେ ।

Get real time updates directly on you device, subscribe now.