fbpx
BSKY SKY
BSKY SKY

‘ରବର ବୟ’ ୟଶ, ଅସାଧାରଣ ପ୍ରତିଭାର ଅଧିକାରୀ

BSKY

ଗୁଜୁରାଟରେ ରହୁଥିବା ୟଶ ଶାହ ନାମକ ଜଣେ ବାଳକଙ୍କୁ ନେଇ ଆଜିକାଲି ବହୁତ ଚର୍ଚ୍ଚା । ୟଶଙ୍କର କଳା କୌଶଳକୁ ଆଖିରେ ନ ଦେଖିଲା ପରେ କେହି ବି ବିଶ୍ୱାସ କରିପାରିବେ ନାହିଁ । ୟଶ ନିଜର ଗର୍ଦ୍ଦନକୁ ୧୮୦ ଡିଗ୍ରୀ ବୁଲାଇ ପାରୁଛନ୍ତି । ଏହାବ୍ୟତୀତ ସେ ନିଜର ହାତ ଓ ପାଦକୁ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ମୋଡ଼ି ପାରନ୍ତି । ୧୮ ବର୍ଷ ବୟସ୍କ ଏହି ବାଳକଙ୍କ ବିସ୍ମୟକର ପ୍ରତିଭା ତାଙ୍କୁ ‘ରବର ବୟ’ ଭାବେ ପରିଚିତ କରାଇଛି । କାରଣ ୟଶ ତାହା କରିପାରନ୍ତି, ତାହା ଜଣେ ସାଧାରଣ ମଣିଷ କରିପାରିନଥାଏ ।

ତେବେ ଭାରତର ସବୁଠାରୁ ନମନୀୟ ବ୍ୟକ୍ତି ହିସାବରେ ତାଙ୍କର ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଓ ଲିମକା ବୁକରେ ସ୍ଥାନ ପାଇବା ଉଚିତ ବୋଲି ୟଶ କହିଛନ୍ତି । ସୁରତର ଏହି ରବର ବୟ ଟେନିସ ରାକେଟ ମଧ୍ୟରେ ନିଜର ଶରୀରକୁ ରଖିପାରନ୍ତି । ଆମେରିକାର ଡାନିଏଲ ବ୍ରାଉନିଂଙ୍କୁ ୟଶ ତାଙ୍କର ପ୍ରେରଣା ମାନିଛନ୍ତି । ୩ ବର୍ଷ ବୟସରୁ ୟଶ ଏହି ଅଭ୍ୟାସ ଜାରି ରଖିଛନ୍ତି, ଯେଉଁ କାର୍ଯ୍ୟରେ ତାଙ୍କର ଦାଦା ତାଙ୍କୁ ସାହାଯ୍ୟ କରିଆସିଛନ୍ତି । ଏହି ପ୍ରତିଭା ଭଗବାନଙ୍କର ବରଦାନ ବୋଲି ୟଶ ଓ ତାଙ୍କ ମା’ କହିଛନ୍ତି ।

Get real time updates directly on you device, subscribe now.