fbpx

୬୧ ବର୍ଷୀୟା ମହିଳାଙ୍କୁ ବିବାହ କଲେ ୮ ବର୍ଷର ବାଳକ, ଜାଣନ୍ତୁ ଏହା ପଛର କାରଣ

ସାଧାରଣତଃ ବର ଓ କନ୍ୟାଙ୍କ ବୟସରେ କିଛି ବର୍ଷର ବ୍ୟବଧାନ ରହିଥାଏ । ତେବେ ଯଦି ଜଣେ ୬୧ ବର୍ଷିୟା ମହିଳାଙ୍କୁ ଜଣେ ୮ ବର୍ଷର ବାଳକ ବିବାହ କରେ, ତେବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱାଭାବିକ । ଦକ୍ଷିଣ ଆଫ୍ରିକାରେ ଏହିପରି ଏକ ଘଟଣା ଘଟିଛି । ୫ ସନ୍ତାନଧାରୀ ଜଣେ ମହିଳା ୮ ବର୍ଷର ନାବାଳକଙ୍କୁ ବିବାହ କରିଛନ୍ତି । ଏହି ବିବାହକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହୋଇଥିଲା ।

ଦକ୍ଷିଣ ଆଫ୍ରିକାର ଶ୍ୱାନ ଅଞ୍ଚଳରେ ରହୁଥିବା ୮ ବର୍ଷର ବାଳକ ସାନେଲେ ମୌସିଲେଲା ଓ ୬୧ ବର୍ଷୀୟା ମହିଳା ଶାବାନଗୁ ପରସ୍ପରକୁ ବିବାହ କରିଥିଲେ । ଦକ୍ଷିଣ ଆଫ୍ରିକାର ଏକ ପ୍ରାଇମେରି ସ୍କୁଲରେ ସାନେଲେ ପାଠ ପଢ଼ନ୍ତି । ୮ବର୍ଷରେ ଖେଳକୁଦ କରିବା ସମୟରେ ସାନେଲେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ବାହାଘରକୁ ୧୦୦ ଅତିଥିଙ୍କୁ ନିମନ୍ତ୍ରଣ କରଯାଇଥିଲା । ତେବେ ଅତିଥିଙ୍କ ଗହଣରେ ଦୁଇଜଣ ପରସ୍ପରକୁ ମୁଦି ପିନ୍ଧାଇଥିଲେ । ତେବେ ମୃତ୍ୟୁ ପୂର୍ବରୁ ନାତିର ବାହାଘର ଦେଖିବା ସାନେଲର ଜେଜେବାପାଙ୍କ ଶେଷ ଇଚ୍ଛା ଥିଲା । ତେଣୁ ନିଜର ପୁତ୍ରର ବିବାହ କରିଛନ୍ତି ବୋଲି ସାନେଲେଙ୍କ ମାଆ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.