fbpx

କରୋନା ବିରୋଧରେ ଗୁଜବ ପ୍ରଚାର କଲେ ୧ ବର୍ଷ ଜେଲ୍

କରୋନା ଭାଇରସର ସଂକ୍ରମଣ ଫଳରେ ଦେଶରେ ହାହାକାର ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୫୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ରୋକିବା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଥିବା ବେଳେ ଲୋକମାନେ କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରିବାରେ ଲାଗିଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଗୁଜବ ବ୍ୟାପିବା ସହ ଭୟ ମଧ୍ୟ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ତେଲେଙ୍ଗାନା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ଏଣିକି କରୋନାକୁ ନେଇ ଗୁଜବ ପ୍ରଚାର କଲେ ଶକ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ରାଜ୍ୟ ସରକାର ଲୋକଙ୍କୁ ସାବଧାନ କରି କହିଛନ୍ତି ଯେ, କରୋନା ଭାଇରସ୍ ବହୁ ତୀବ୍ର ଭାବେ ବ୍ୟାପିବାରେ ଲାଗିଛି । ଏହା ବିଷୟରେ ଅଧିକାରୀ ଓ ଏଜେନ୍ସି ଗୁଡିକରେ ମଧ୍ୟ ଅଳ୍ପ ସୂଚନା ରହିଛି । କିନ୍ତୁ କିଛି ଲୋକ ଏହାକୁ ନେଇ ଗୁଜବ ପ୍ରଚାର କରି ଅନ୍ୟ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ଏନେଇ ଫେକ୍ ସମାଚାର, ଭୁଲ୍ ତଥ୍ୟ ଦେବା ଲୋକଙ୍କୁ ୧ ବର୍ଷର ଜେଲଦଣ୍ଡ ମିଳିପାରେ ।’

Get real time updates directly on you device, subscribe now.