fbpx

Big Breaking; ସାରା ଦେଶରେ ବ୍ୟାପିଛି ନକଲି ବିଶ୍ୱବିଦ୍ୟାଳୟର ରାଜୁତି: ଓଡ଼ିଶାରେ କେତୋଟି?

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ନକଲି ଜିନିଷର ମାମଲା ବଢିବାରେ ଲାଗିଛି । ନକଲି ଔଷଧରୁ ଆରମ୍ଭ କରି ନକଲି ଖାଦ୍ୟ ବିକ୍ରି କରି ଟଙ୍କା ରୋଜଗାର କରିବା ଯେମିତି ଏକ ଟ୍ରେଣ୍ଡ ପାଲଟିଗଲାଣି । ଏବେ ଏହି ନକଲି ଜିନିଷଗୁଡ଼ିକ ସହିତ ଯୋଡ଼ି ହୋଇଛି ଶିକ୍ଷାନୁଷ୍ଠାନ । ଦେଶରେ ଅନେକ ନକଲି ବିଶ୍ୱବିଦ୍ୟାଳୟ ଖୋଲାଯାଇଥିବା ଜାଣିବାକୁ ମିଳିଛି । ଏଠାରେ ପିଲାମାନଙ୍କ ଭବିଷ୍ୟତକୁ ନେଇ ସଉଦା କରାଯାଉଛି ।

ଋିପୋର୍ଟ ଅନୁସାରେ, ଭାରତରେ ମୋଟ ୨୦ଟି ନକଲି ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । ଏ ନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ତରଫରୁ ସୂଚନା ଦିଆଯାଇଛି । ତେବେ ଏହି ତାଲିକାରେ ସର୍ବାଧିକ ନକଲି ବିଶ୍ୱବିଦ୍ୟାଳୟ ରାଜଧାନୀରେ ଦିଲ୍ଲୀରେ ଗଢିଉଠିଛି । ଏହାପରେ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶରେ ସୃଷ୍ଟି ହୋଇଛି ଫେକ ୟୁନିଭର୍ସିଟି । ତେବେ ଏହି ତାଲିକାରେ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ସାମିଲ ନାହିଁ । ଅର୍ଥାତ୍ ଓଡ଼ିଶାରେ ଗୋଟିଏ ବି ନକଲି ବିଶ୍ୱବିଦ୍ୟାଳୟ ନାହିଁ ।

Get real time updates directly on you device, subscribe now.