fbpx

GST କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି: ଅନଲାଇନ ଗେମ୍ସ ଓ କାସିନୋ ଉପରେ ଲାଗିବ ୨୮ ପ୍ରତିଶତ ଜିଏସଟି!

ନୂଆଦିଲ୍ଲୀ: ଆଜି ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୧ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବୈଠକରେ ଅନଲାଇନ ଗେମ୍ସ, କାସିନୋ ଓ ହର୍ସ ରେସିଂ ଉପରେ ଟ୍ୟାକ୍ସ ଲାଗୁ ହେବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ କନଫରେନ୍ସରେ ସୁବିସ୍ତୃତ ସୂଚନା ଦେଇଛନ୍ତି । ୫୦ତମ ବୈଠକରେ ୨୮ ପ୍ରତିଶତ ଟ୍ୟାକ୍ସ ଆଦାୟ ନେଇ ନିଷ୍ପତ୍ତି ହୋଇଥିବା ବେଳେ ସେନେଇ ଅଧିକାଂଶ ରାଜ୍ୟ ସହମତି ପ୍ରକାଶ କରିଥିଲେ ।

ନିର୍ମଳା କହିଛନ୍ତି, ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଦେଶରେ ଅନଲାଇନ ଗେମ୍ସ, କାସିନୋ ଓ ହର୍ସ ରେସିଂ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁ ହୋଇପାରେ । ଏହା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିଜ ନିଜ ଜିଏସଟି ଆଇନରେ ଜରୁରୀ ସଂଶୋଧନ କରିବାକୁ ପଡ଼ିବ । ସରକାର ଏହାକୁ ଲାଗୁ କରିବାର ୬ ମାସ ପରେ ଏହାର ସମୀକ୍ଷା କରିବେ । ୨୮ ପ୍ରତିଶତ ଟ୍ୟାକ୍ସକୁ ନେଇ ପୁନଃ ସମୀକ୍ଷା କରିବାକୁ ଦିଲ୍ଲୀ ସରକରା କହିଛନ୍ତି । ଏହି ମାମଲାରେ ପୁଣି ଥରେ ମନ୍ତ୍ରୀ ପରିଷଦ ନିକଟକୁ ପଠାଇବାକୁ ଦରକାର ବୋଲି ଦିଲ୍ଲୀ ସରକାର ସୁପାରିଶ କହିଛନ୍ତି ।

ଅନଲାଇନ ଗେମ୍ସ ଉପରେ ଟ୍ୟାକ୍ସ ଲାଗୁ କରିବାକୁ ନେଇ ଦିଲ୍ଲୀ ଓ ତାମିଲନାଡ଼ୁ ସରକାର, କ୍ୟାସିନୋକୁ ନେଇ ଗୋଆ ଓ ସିକିମ ସରକାର ଆପତ୍ତି ଉଠାଇଥିଲେ । ଏହା ଉପରେ ପୁନର୍ବିଚାର କରିବାକୁ ଏହି ସମସ୍ତ ରାଜ୍ୟର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଆଜିର ବୈଠକରେ ଟ୍ୟାକ୍ସ ପରିବର୍ତ୍ତନର ଆଇନଗତ ସଂଶୋଧନକୁ ନେଇ ଚର୍ଚ୍ଚା ହୋଇଥିଲା । ଦିଲ୍ଲୀର ଅର୍ଥମନ୍ତ୍ରୀ ଅନଲାଇନ ଗେମିଂକୁ ବିରୋଧ କରିଥିବା ନିର୍ମଳା କହିଥିଲେ । ଅନଲାଇନ ଗେମ୍ସ, କ୍ୟାସିନୋ ଓ ହର୍ସ ରେସିଂରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜିଏସଟି ଆଇନରେ ସଂଶୋଧନ କରିବାକୁ ପଡ଼ିବ । ଅକ୍ଟୋବର ୧ରୁ ଏହି ଟ୍ୟାକ୍ସ ଦର ଲାଗୁ କରିବାର ସମ୍ଭାବ୍ୟ ତାରିଖ ସ୍ଥିରୀକୃତ ହୋଇଛି ।

Get real time updates directly on you device, subscribe now.