fbpx

ମଣିପୂର ହିଂସାକାଣ୍ଡରୁ ବାହାରିବା ପାଇଁ ଦୌଡ, ଫ୍ଲାଇଟ ଭଡା ୨୫ ଶହରୁ ହେଲା ୨୫ ହଜାର

ନୂଆଦିଲ୍ଲୀ: ହିଂସାକାଣ୍ଡରେ ଜଳୁଥିବା ମଣିପୂରରେ ବର୍ତ୍ତମାନ ୫୪ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ପରେ ଅନେକ ଘର ଧ୍ୱଂସ ବିଧ୍ୱଂସରେ ପରିଣତ ହୋଇଛି । ଲୋକେ ସେଠାରେ ଅଗ୍ନିକାଣ୍ଡ ଏବଂ ପଥର ମାଡ ଭୟରେ ରହୁଛନ୍ତି । ଲୋକଙ୍କୁ ଏହି ପରିସ୍ଥିତିରେ ଅଧିକ ଦରରେ ରାସନ କିଣି ଖାଇବାକୁ ପଡୁଛି । ତେବେ ଜୀବନର ଭୟ ଏବଂ ଅତ୍ୟଧିକ ଦର ବୃଦ୍ଧି ହେତୁ ଲୋକେ ସେଠାରୁ ବାହାରି ଅନ୍ୟ ସ୍ଥାନକୁ ଯିବାକୁ ଚାହୁଁଛନ୍ତି ।

ଏପରି ହିଂସାକାଣ୍ଡ ମଧ୍ୟରେ ଲୋକେ ଘରୁ ବାହାରି ପାରୁନାହାନ୍ତି । ତେଣୁ ସେଠାରେ ବିମାନ ଗୁଡିକର ଦର ଆକାଶ ଛୁଆଁରେ ପରିଣତ ହୋଇଛି । ଯେଉଁ ଭଡା ଗୁଡିକ ୨୫୦୦ ଟଙ୍କା ଥିଲା ତାହା ବର୍ତ୍ତମାନ ବଢି ୨୫,୦୦୦ ଟଙ୍କା ହୋଇଯାଇଛି । କୋଲକାତା ଯିବା ପାଇଁ ପୂର୍ବରୁ ୧୨,୦୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ବୃଦ୍ଧି ଘଟି ୨୫୦୦୦ ଟଙ୍କା ହୋଇଛି । ସେହିପରି ଗୁହ୍ୱାଟୀକୁ ଯାଉଥିବା ବିମାନ ୧୫ ହଜାର ଟଙ୍କାରେ ପହଁଚିଛି । ମଣିପୁରର ଏପରି ଅବସ୍ଥାରେ ଇମ୍ପାଲ ଏବଂ କୋଲକାତା ମଧ୍ୟରେ ଅତିରିକ୍ତ ଫ୍ଲାଇଟ୍ ଚଳାଯାଉଥିଲା । ହେଲେ ଏପରି ମୂଲ୍ୟ ବଢିବା ଲୋକଙ୍କ ସାମ୍ନାରେ ସମସ୍ୟା ଠିଆ କରିଛି ।

ଫ୍ଲାଇଟ ବୁକିଂ ୱେବସାଇଟ ମେକ୍ ମାଇଁ ଟ୍ରିପର ରେଟ ଚାର୍ଟ ଅନୁସାରେ, ସାଧାରଣତଃ ଇମ୍ଫାଲରୁ କୋଲକାତା ମଧ୍ୟରେ ଭଡା ୨୫୦୦ ରୁ ୫୦୦୦ ମଧ୍ୟରେ ଅଛି । ସେହିପରି ଇମ୍ଫାଲରୁ ଗୁହ୍ୱାଟି ପର୍ଯ୍ୟନ୍ତ ଯିବା ପାଇଁ ମଧ୍ୟ ସେହି ସମାନ ରେଟ ରହିଛି । ତେବେ ଇମ୍ଫାଲରୁ କୋଲକାତା ଦୂର ହେଉଛି ୬୧୫ କିମି ଏବଂ ଇମ୍ଫାଲରୁ ଗୁହ୍ୱାଟି ଦୂରତା ୨୬୯ କିମି ଅଟେ ।

Get real time updates directly on you device, subscribe now.