fbpx

ଚା’ କରିବା ପରେ ପତି ଫୋପାଡି ଦେଉଛନ୍ତି କି, ଏପରି କରନ୍ତୁ ବ୍ୟବହାର

ପ୍ରାୟ ସମସ୍ତଙ୍କ ଘରେ ଚା’ ପ୍ରସ୍ତୁତ ହେଉଥିବ । ଏହାକୁ ପ୍ରସ୍ତୁତ କରିବାକୁ ମୁଖ୍ୟ ଉପାଦାନ ହେଉଛି ଏହାର ପତି । ଯାହାକୁ ଚା’ କରିବା ପରେ ଆମେ ସମସ୍ତେ ଫୋପାଡି ଦିଅନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ ବ୍ୟବହୃତ ହୋଇଥିବା ଏହି ଚା’ ପତିରେ କଣ ରହିଛି ଔଷଧୀୟ ଗୁଣ

ଆପଣ ଗ୍ରୀନ୍‌ ଟି ପିଅନ୍ତି କି?
ଏହା ଉଭୟ ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଭଲ। ତେବେ ଆପଣ ଏହାର ପତିକୁ ନଫୋପାଡ଼ି ଏହାକୁ ବ୍ୟବହାର କରି ମୁହଁର ବିଭିନ୍ନ ଦାଗ ଛଡ଼ାଇ ପାରିବେ।

ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚାରୁ ଦାଗ ଦୂର କରିବା ସହ ଏଥିରେ ଚମକ ଭରି ଦେଇଥାଏ।

ବ୍ୟବହୃତ ଚା’ ପତି ଦ୍ୱାରା ଆପଣଙ୍କ କେଶର କଣ୍ଡିସନିଂ ମଧ୍ୟ କରିପାରିବ :-

ଏଥିଲାଗି ପ୍ରଥମେ ବ୍ୟବହାର ହୋଇ ସାରିଥିବା ଚା’ ପତିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଗୋଟିଏ ପାତ୍ରରେ କିଛି ପାଣି ଗରମ କରି ଏହାକୁ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ।

ଏହି ପାଣିକୁ ଥଣ୍ଡା କରି ଏକ ବୋତଲରେ ଭର୍ତ୍ତି କରି ରଖି ଦିଅନ୍ତୁ। କେଶ ସାମ୍ପୋ କରି ସାରିବା ପରେ ଏହି ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ। ଦେଖିବେ, କେଶ କିପରି ସିଲ୍‌କି ହେବା ସହ ସାଇନ୍‌ କରିବ।

ପୋକନାଶକ ଭାବେ ମଧ୍ୟ ଏହା କାର୍ଯ୍ୟ କରିଥାଏ :-
ଆପଣ ଚାହିଁଲେ, ଏହି ଚା’ପତିକୁ ଅର୍ଗାନିକ ଖତ ରୂପେ ମଧ୍ୟ ଗଛରେ ବ୍ୟବହାର କରିପାରିବେ।ବ୍ୟବହୃତ ଚା’ ପତିକୁ ଆଉ ଥରେ ପାଣିରେ ଫୁଟାଇ ଦିଅନ୍ତୁ ।

ସେହି ପାଣି ଥଣ୍ଡା ହୋଇଗଲା ପରେ ବିଭିନ୍ନ ପନିପରିବା ଓ ଫୁଲ ଗଛରେ ତାକୁ ସ୍ପ୍ରେ କରନ୍ତୁ। ଏହାଦ୍ୱାରା ଗଛରେ ହେଉଥିବା ପୋକ ମରିଯିବେ।

Get real time updates directly on you device, subscribe now.