fbpx

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧିଲା ଲଘୁଚାପ; ୧୦ ତାରିଖରେ ସାମୁଦ୍ରିକ ଝଡ ସହ ରଚିବ ତାଣ୍ଡବ !

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ବାତ୍ୟାର ଆଶଙ୍କା ଘନେଇଥିବା ବେଳେ ଲଘୁଚାପ ବଳୟ ସୃଷ୍ଟି ହେଇଛି । ସେପଟେ ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇ ଥିବା ବେଳେ କଲି ଠାରୁ ପାଗ ପରିର୍ବତ୍ତନ ହେବ ସହିତ କାଲି ଠାରୁ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ବର୍ତ୍ତମାନ ରାଜ୍ୟର ୧୩ଟି ସ୍ଥାନରେ ଦିନର ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବା ବେଳେ ସର୍ବାଦିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।

ବାତ୍ୟା ସମ୍ଭାବନା ଭିତରେ ରାଜ୍ୟରେ ଗରମର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା କାଲି ଲଘୁଚାପ କ୍ଷେତ୍ର ଅବପାତ ରେ ପରିଣତ ହେବାନେଇ ସୂଚନା ମିଳିଛି। ଆସନ୍ତା ୧୦ତାରିଖରେ ଏହା ସାମୁଦ୍ରିକ ଝଡର ରୂପ ନେବ। ପ୍ରଥମେ ଏକ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତିକରିବ ବୋଲି ସୂଚନା ରହିଛି ଏବଂ ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ। ଏହାପରେ ଭୟଙ୍କର ବାତ୍ୟାର ରୂପ ନେଇ ଏହା ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ମୁହାଁଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଯଦିଓ ଏପର୍ଯ୍ୟନ୍ତ ବାତ୍ୟାର ଗତିପଥ କିମ୍ବା ତୀବ୍ରତା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ, ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଜଣାପଡିବ ।

Get real time updates directly on you device, subscribe now.