fbpx

ଅଭିନେତା ପୁନିଥଙ୍କ ମୃତ୍ୟୁପରେ ମେଡିକାଲରେ ଲାଗିଛି ଭିଡ଼, କାରଣ ଜାଣିଲେ ଆପଣ ବି…

ବେଙ୍ଗାଲୁରୁ: କନ୍ନଡ଼ ଫିଲ୍ମ ଅଭିନେତା ପୁନିଥ ରାଜକୁମାର ଆଉ ଏ ଦୁନିଆରେ ନାହାନ୍ତି । ଗତ ଶୁକ୍ରବାର ଦିନ ହୃଦଘାତ ଯୋଗୁଁ ବେଙ୍ଗାଲୁରୁର ଏକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁ ମେଡିକାଲରେ ଲୋକଙ୍କର ଭିଡ଼ ଲାଗିରହିଛି । ରିପୋର୍ଟ ଅନୁସାରେ, ଶ୍ରୀ ଜୟଦେବ ଇନଷ୍ଟିଚ୍ୟୁଟ୍ କାର୍ଡିଓଭାସ୍କୁଲର ସାଇନ୍ସ ଆଣ୍ଡ ରିସର୍ଚ୍ଚ ଓପିଡି ବିଭାଗରେ ଏପରି ରୋଗୀଙ୍କ ଭିଡ଼ ଲାଗି ରହୁଛି, ଯେଉଁମାନେ ନିଜ କାର୍ଡିଓଭାସ୍କୁଲର ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ଆସୁଛନ୍ତି ।

ରିପୋର୍ଟ ମୁତାବକ, ହସନ ଜିଲ୍ଲାରୁ ୪୬ ବର୍ଷୀୟ ନାରାୟଣ ତାଙ୍କ ସମ୍ପର୍କୀୟଙ୍କ ସହିତ ଡାକ୍ତରଖାନା ଆସିଥିଲେ । ଛାତିରେ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିଥିଲେ । ତାଙ୍କ ହୃଦୟରେ କିଛି ଗଡ଼ବଡ଼ ଅଛି ବୋଲି ସେ ସନ୍ଦେହ କରିଛନ୍ତି । ସେ କହିଛନ୍ତି ଯେ, ‘ଅଭିନେତା ପୁନିଥ ରାଜକୁମାରଙ୍କ ମୃତ୍ୟୁ ପରେ ମୁଁ କୌଣସି ରିସ୍କ ନେବାକୁ ଚାହେଁ ନାହିଁ । ତେଣୁ ମୁଁ ତୁରନ୍ତ ୧୮୦ କିଲୋମିଟର ଯାତ୍ରା କରି ଡାକ୍ତରଖାନାକୁ ଆସିଲି ।’ଅନ୍ୟପଟେ ଡାକ୍ତରମାନେ ବି କହିଛନ୍ତି ଯେ, ଅଭିନେତା ପୁନିଥଙ୍କ ମୃତ୍ୟୁ ପରେ ମେଡିକାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହିରୋଗୀମାନେ ହାର୍ଟ ଚେକଅପ୍ କରିବାକୁ ଆସୁଛନ୍ତି ।

Get real time updates directly on you device, subscribe now.