fbpx

BCCI Update; IPL-2024ରେ କମବ୍ୟାକ କରିବେ ଋଷଭ ପନ୍ତ: ଖେଳିବେନି ୨ ଷ୍ଟାର ବୋଲର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ କମବ୍ୟାକ କରୁଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ । ଷ୍ଟାର କ୍ରିକେଟର ଏବଂ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ତରଫରୁ ବଡ଼ ଅପଡେଟ ସାମନାକୁ ଆସିଛି । ଷ୍ୟାର କ୍ରିକେଟର ଋଷଭ ପନ୍ତଙ୍କ ସମେତ ଟିମ ଇଣ୍ଡିଆର ୩ ଜଣ ଖେଳାଳିଙ୍କୁ ନେଇ ସୂଚନା ଦେଇଛି ବିସିସିଆଇ । ଆଇପିଏଲ-୨୦୨୪ରେ ସେମାନଙ୍କ ଉପଲବ୍ଧତା ନେଇ ବିସିସିଆଇ ସ୍ପଷ୍ଟ କରିଛି । ତେବେ ଆସନ୍ତା ସିଜନରେ ଷ୍ଟାର ୱିକେଟ କିପର ଋଷଭ ପନ୍ତ ପୁଣିଥରେ କ୍ରିକେଟ ମଇଦାନକୁ କମବ୍ୟାକ କରିବା ନେଇ ବିସିସିଆଇ ସ୍ପଷ୍ଟ କରିଛି ।

ଆଇପିଏଲ-୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ୧୪ ମାସ ପରେ କ୍ରିକେଟ ଗ୍ରାଉଣ୍ଡକୁ କମବ୍ୟାକ କରିବାକୁ ଯାଉଛନ୍ତି । ୨୦୨୨ ଡିସେମ୍ବରରେ ଭୟାନକ କାର୍ ଦୁର୍ଘଟଣା ଯୋଗୁଁ ଗୁରୁତର ଆହତ ହେବା ପରେ ସେ କ୍ରିକେଟରୁ ଦୂରେଇ ରହିଥିଲେ । ତେବେ ନିୟମିତ ଅଭ୍ୟାସ ପରେ ବର୍ତ୍ତମାନ ସେ କ୍ରିକେଟ ପଡ଼ିଆକୁ ଫେରିବା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଛି ବିସିସିଆଇ । ପ୍ରାୟ ୧୪ ମାସର ରିହାବ କରିବା ପରେ ଋଷଭ ଏବେ ଆଇପିଏଲ-୨୦୨୪ରେ କେଳିବା ପାଇଁ ଫିଟ୍ ବୋଲି ବୋର୍ଡ ଘୋଷଣା କରିଛି ।

ଆଇପିଏଲରେ ଜଣେ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ସେ ଖେଳିବାକୁ ପ୍ରସ୍ତୁତ ଥିବା ବୋର୍ଡ ତରଫରୁ କୁହାଯାଇଛି । ଅର୍ଥାତ୍ ଋଷଭ ଆସନ୍ତା ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ବ୍ୟାଟିଂ କରିବା ସହ ୱିକେଟ କିପିଙ୍ଗ ମଧ୍ୟ କରିପାରିବେ । ତେଣୁ ଆଇପିଏଲ-୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଅଧିନାୟକ ଦାୟିତ୍ୱ ସହ ପଡ଼ିଆରେ ଏଣ୍ଟ୍ରି କରିବେ ଷ୍ଟାର କ୍ରିକେଟର ଋଷଭ ପନ୍ତ ।

ଅନ୍ୟ ପକ୍ଷରେ ଭାରତର ଦୁଇ ଷ୍ଟାର ବୋଲରଙ୍କ ପାଇଁ ଆଇପିଏଲ-୨୦୨୪ର ଦ୍ୱାର ବନ୍ଦ ହୋଇଯାଇଛି । ଚଳିତବର୍ଷ ଆଇପିଏଲରେ ଷ୍ଟାର ବୋଲର ମହମ୍ମଦ ଶାମୀ ଏବଂ ୟଙ୍ଗଷ୍ଟାର ପ୍ରସିଦ୍ଧ କୃଷ୍ଣାଙ୍କୁ ବାଦ୍ ଦେଇଛି ବିସିସିଆଇ । ଉଭୟ କ୍ରିକେଟର ଆଘାତ ଯୋଗୁଁ ନିକଟରେ ସର୍ଜରୀ କରାଇଛନ୍ତି । ତେଣୁ ଆଇପିଏଲ ସୁଦ୍ଧା ସୁସ୍ଥ ହୋଇ କମବ୍ୟାକ କରିବା ସେମାନଙ୍କ ପାଇଁ ଅସମ୍ଭବ ହୋଇଥିବାରୁ ସେମାନଙ୍କୁ ଦଳରୁ ବାଦ୍ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ମହମ୍ମଦ ଶାମୀ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳୁତିବା ବେଳେ ପସିଦ୍ଧ କୃଷ୍ଣା ରାଜସ୍ଥାନ ରୋୟଲ୍ସ ପାଇଁ ଷ୍ଟାର ବୋଲର ଥିଲେ ।

Get real time updates directly on you device, subscribe now.