ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବ କି ନାହିଁ ଏହାକୁ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନାହିଁ । ବେଲାରୁସରେ ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଐତିହାସିକ ଆଲୋଚନା ଶେଷ ହୋଇଛି । ପ୍ରାୟ ସାଢ଼େ ୩ ଘଣ୍ଟା ଧରି ବସିଥିଲା ଏହି ବୈଠକ । ଆଉ ବୈଠକରେ ୟୁକ୍ରେନ ଦାବି କରିଛି ଯେ ଋଷ କ୍ରୀମିୟା ଏବଂ ଡୋନବାସ ସହ ସମଗ୍ର ଦେଶରୁ ନିଜର ସୈନ୍ୟ ଫେରାଇ ନେବାକୁ ୟୁକ୍ରେନ ଦାବି କରିଛି ।
ଏହା ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା ଯେ ତୁରନ୍ତ ଯୁଦ୍ଧବିରାମ ଏବଂ ରୁଷ ସେନା ପ୍ରତ୍ୟାର୍ପଣ କରିବା ଋଷ ସହ ଆଲୋଚନାର ମୁଖ୍ୟ ବିଷୟ ରହିବ ।