fbpx

ଋଷର ଡବଲ ରୋଲ: ଗୋଟିଏ ପଟେ ଆଲୋଚନା ଅନ୍ୟ ପଟେ ୟୁକ୍ରେନରେ କଲା ଧମାକା

AAKASH

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଭିତରେ ଯୁଦ୍ଧକୁ ୧୩୯ ଦିନ ବିତି ଗଲାଣି । ଅନେକ ଆଲୋଚନା ଆଉ ପର୍ଯ୍ୟାଲୋଚନା ପରେ ବି ଯୁଦ୍ଧ ଥମିବାର ନାଁ ନେଉନି । ତେବେ ଏହାରି ଭିତରେ ଋଷର ଏକ ଡବଲ ରୋଲ ଗେମ ସାମନାକୁ ଆସିଛି । ଗୋଟିଏ ପଟେ ଆଲୋଚନା ଜାରି ରଖିଥିବା ବେଳେ ଅନ୍ୟ ପଟେ ଆକ୍ରମଣ ବେଗ ବଢାଉଛି ପୁତିନ ସେନା । ନିକଟରେ ୟୁକ୍ରେନର ୩ଟି ଯୁଦ୍ଧ ବିମାନକୁ ନଷ୍ଟ କରିଥିବା ନେଇ ଋଷ ଦାବି କରିଛି ।

ଋଷର ରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, ଏସୟୁ-୨୫ ଏବଂ ଏସୟୁ-୨୪ଯୁଦ୍ଧ ବିମାନକୁ ଆକ୍ରମଣ କରି ନଷ୍ଟ କରିଛି । ପୂର୍ବ ୟୁକ୍ରେନର ଡୋନେଟସ୍କ ଅଞ୍ଚଳରେ ଋଷ ଦୁଇଟି ବିମାନକୁ ନଷ୍ଟ କରିଥିବା ବେଳେ ତୃତୀୟ ବିମାନ ମିଗ-୨୯ ମଧ୍ୟ ଋଷର ଶିକାର ହୋଇଛି । ତେବେ ଏ ସମସ୍ତ ଯୁଦ୍ଧ ବିମାନ ସୋବିୟତ ଡିଜାଇନର ବୋଲି ଦାବି କରିଛି ଋଷ, ଯାହାର ବ୍ୟବହାର କରୁଛି ୟୁକ୍ରେନର ବାୟୁସେନା । ତେବେ ଏ ସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ରଖିନି ୟୁକ୍ରେନ ।

ତେବେ ସବୁଠୁ ଆଶ୍ଚର୍ଯ୍ୟର ଘଟଣା ହେଉଛି ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଋଷ ଏପରି ଦାବି କରିଛି । ଋଷ ବିମାନର ମାଇକୋଲାଇଭରେ ଉଚ୍ଚ କ୍ଷମତାର ହତିଆର ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ପ୍ରାୟ ୪୨୦ ୟୁକ୍ରେନ ସୈନ୍ୟ ପ୍ରାଣ ହରାଇଛନ୍ତି । ଋଷର ରକ୍ଷା ମନ୍ତ୍ରାଳୟ କହିଛି ଯେ, ବିଭିନ୍ନ କ୍ଷେତ୍ରରୁ ଶତୃ ଦେଶକୁ କ୍ଷତି ହୋଇଛି ।

Get real time updates directly on you device, subscribe now.