fbpx
BSKY
BJD YOUTH SKY
BJD MS SKY

ଏୟାରପୋର୍ଟରେ ଦମ୍ପତ୍ତିଙ୍କ ଠାରୁ ଜବତ ହେଲା ୪୫ ବନ୍ଧୁକ, ଖେଳିଗଲା ଆତଙ୍କ

ନୂଆଦିଲ୍ଳୀ: ବୁଧବାର ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା, ଯାହା କଷ୍ଟମ୍ସ ଅଧିକାରୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। କଷ୍ଟମ ଅଧିକାରୀମାନେ ବିମାନବନ୍ଦରରେ ଏକ ଦମ୍ପତ୍ତିଙ୍କୁ ଠାରୁ ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ୪୫ ଟି ବନ୍ଧୁକ ପାଇଥିଲେ। ଯାହା ପରେ ଉଭୟଙ୍କୁ ଗିରଫ କରାଯାଇଛି।

କଷ୍ଟମ୍ସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଧୁକ ଚୋରା ଚାଲାଣ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଏନଏସଜିରୁ ମିଳିଥିଲା, ଯାହାପରେ ବିମାନ ବନ୍ଦରରେ ତନାଘନା କରାଯାଇଥିଲା ଏବଂ ଏହି ସମୟରେ ଉଭୟ ଅଭିଯୁକ୍ତଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।

ସୂଚନା ଅନୁଯାୟୀ, ଭିଏତନାମରୁ ସେମାନେ ଏହି ବନ୍ଧୁକ ନେଇ ଆସୁଥିବା ଜଣାପଡ଼ିଛି । ହ୍ୟାଣ୍ଡଗନର ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା ବୋଲି କୁହାଯାଉଛି। କଷ୍ଟମ୍ସ କମିଶନର କହିଛନ୍ତି ଯେ ପଚରାଉଚରା ବେଳେ ଅଭିଯୁକ୍ତମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ସେମାନେ ଭାରତକୁ ୨୫ ଟି ବନ୍ଧୁକ ଚୋରା ଚାଲାଣ କରିଥିଲେ, ଯାହାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ଥିଲା। ସେ ଏହି ଅସ୍ତ୍ରଗୁଡ଼ିକୁ ଦୁଇଟି ଟ୍ରଲି ବ୍ୟାଗରେ ଭର୍ତ୍ତି କରିଥିଲେ।

କଷ୍ଟମ ଅଧିକାରୀମାନେ ମଧ୍ୟ ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତଙ୍କ ପାଖରେ ବହୁ ସଂଖ୍ୟକ ଅସ୍ତ୍ର ଅଛି ବୋଲି ଏନଏସଜି ମଧ୍ୟ କହିଛି  । ଏଥିସହ, ସେମାନଙ୍କଠାରୁ ଉପଲବ୍ଧ ହ୍ୟାଣ୍ଡଗନଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ।

ତେବେ ଏହି ହ୍ୟାଣ୍ଡଗନ ଗୁଡ଼ିକ ଅସଲି କିମ୍ବା ନକଲି ତାହା ଜଣାପଡ଼ିନାହଁ ଅଧିକାରୀମାନେ କହିଛନ୍ତି ଯେ ବାଲିଷ୍ଟିକ୍ ରିପୋର୍ଟ ପରେ ହିଁ ଏହି ବନ୍ଧୁକଗୁଡ଼ିକ ଅସଲି ନା ନକଲି ତାହା ଜଣାପଡ଼ିବ ଉଭୟ ଅଭିଯୁକ୍ତଙ୍କୁ କଷ୍ଟମ ଅଧିକାରୀ ଗିରଫ କରିଛନ୍ତି ଏବଂ ସେମାନଙ୍କୁ ଅଧିକ ପଚରାଉଚରା କରାଯାଉଛି ।

Get real time updates directly on you device, subscribe now.