fbpx

Ukrain-Russia War: ମିସାଇଲ୍ ଦ୍ୱାରା ୟୁକ୍ରେନର ଏୟାରବେସ୍ ଓ ସେନା ଆଡ୍ଡାକୁ ଉଡ଼ାଇଲା ରୁଷ୍

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ମିଲିଟାରୀ ଆକ୍ସନ୍ ଜାରି ରହିଛି । ୟୁକ୍ରେନର ୧୧ ରୁ ଅଧିକ ସହର ଉପରେ ରୁଷ ମିସାଇଲ୍ ବର୍ଷା କରିବାରେ ଲାଗିଛି । ଯାହାଫଳରେ ଅଧିକାଂଶ ସହର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି । ଆକାଶମାର୍ଗରୁ ମଧ୍ୟ ହମଲା କରାଯାଉଛି । ଏବେ ରୁଷ ସେନା ଦାବି କରିଛନ୍ତି ଯେ, ୟୁକ୍ରେନର ସେନା ଆଡ୍ଡା ଓ ଏୟାରବେସ୍ ଉପରକୁ ଟାର୍ଗେଟ୍ କରି ଧ୍ୱଂସ କରାଯାଇଛି । ଅନ୍ୟପଟେ ୟୁକ୍ରେନ କହିଛି ଯେ, ଆମେ ହାର୍ ମାନିବୁ ନାହିଁ ।

ରୁଷର ମିଲିଟାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମୀର୍ ଜେଲେସ୍କି ରୁଷୀ ଭାଷାରେ ସମ୍ବୋଧନ କରିଛନ୍ତି । ସେ ଭାବୁକ ଢ଼ଙ୍ଗରେ ଭାଷଣ ଦେଇ କହିଛନ୍ତି ଯେ, ୟୁକ୍ରେନ୍ ର ଲୋକ ଓ ସରକାର ଶାନ୍ତି ଚାହାନ୍ତି । କିନ୍ତୁ ଯଦି ଆକ୍ରମଣ ହେଉଛି, ଆମ ଦେଶକୁ ଛଡ଼ାଇ ନେବାକୁ ଚେଷ୍ଟା କରାଯାଉଛି, କିମ୍ବା ଆମ ସ୍ୱାଧୀନତା ଆମଠାରୁ ଛଡ଼ାଇବାକୁ ଉଦ୍ୟମ କରାଯାଉଛି ତାହେଲେ ଆମେ ଆମ ସୁରକ୍ଷା କରିବୁ । ଆମ ଉପରେ ଆକ୍ରମଣ କଲେ ଆମେ ଛାତି ଦେଖାଇବୁ ପିଟି ନୁହେଁ ।

ତେବେ ଏହି ପରିପ୍ରେକ୍ଷୀରେ ରୁଷୀ ସେନାଙ୍କ ବୟାନ ସାମନାକୁ ଆସିଛି । ସେମାନେ କହିଛନ୍ତି ଯେ, ଏୟାରବେସ୍, ମିଲିଟାରୀ ବେସ୍ କୁ ଟାର୍ଗେଟ୍ କରିଛନ୍ତି । ଜନବହୁଳ ଅଞ୍ଚଳକୁ ଆମେ ଟାର୍ଗେଟ୍ କରୁନାହୁଁ । ସାଧାରଣ ଲୋକଙ୍କ ସହିତ ଆମ ଶତ୍ରୁତା ନାହିଁ । ସୂଚନାଯୋଗ୍ୟ, ଏହା ଭିତରେ ୟୁକ୍ରେନ୍ ର ୧୧ରୁ ଅଧିକ ସହର ଉପରେ ମିସାଇଲ୍ ଦ୍ୱାରା ଆକ୍ରମଣ କରାଯାଇଛି । ଏଥିରେ ୟୁକ୍ରେନ୍ ର ରାଜଧାନୀ କିଭ୍ ଉପରେ କ୍ରୁଜ୍ ଓ ବାଲିଷ୍ଟିକ୍ ମିସାଇଲ୍ ଦ୍ୱାରା ହମଲା କରାଯାଇଛି ।

 

Get real time updates directly on you device, subscribe now.