fbpx

ଯୁଦ୍ଧ ଯୋଗୁଁ ଅଧାବାଟରୁ ଫେରିଲା ଏୟାର ଇଣ୍ଡିଆ, ୟୁକ୍ରେନରେ ଅଛନ୍ତି ୨୦ ହଜାର ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ ଯାଉଥିବା ଭାରତୀୟ ବିମାନ ଅଧାରୁ ଫେରିଆଇଛି । ଏୟାର ଇଣ୍ଡିଆର ଏଆଇ୧୯୪୭ ବିମାନଟି ଅଧାରୁ ଦିଲ୍ଲୀ ଫେରିଥିବା ଜଣାପଡିଛି । ୟୁକ୍ରେନ ନୋ ଫ୍ଲାଇଂ ଜୋନ ଘୋଷଣା କରିଥିବାରୁ ବିମାନଟି ଅଧାରୁ ଫେରିଆସିଛି । ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆଣିବାକୁ ଯାଉଥିଲା ବିମାନ । ଯୁଦ୍ଧ ଘନଘଟା ଭିତରେ ୨୦ ହଜାର ଭାରତୀୟ ୟୁକ୍ରେନରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ୟୁକ୍ରେନରୁ ଆଉ ୧୮୨ ଭାରତୀୟ ଫେରିଛନ୍ତି । ସକାଳ ୭ଟା ୪୮ରେ ଦିଲ୍ଲୀ ବିମାନବନ୍ଦରରେ ସେମାନେ ପହଞ୍ଚିଛନ୍ତି । ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଆଉ କିଛି ବ୍ୟକ୍ତି ମଧ୍ୟ ଫେରିଛନ୍ତି ।

ସେପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ପ୍ରଥମେ ରୁଷ ଆକ୍ରମଣ କରିବାରୁ ୟୁକ୍ରେନ୍ଦେଇଛି ପାଲଟା ଜବାବ । ରୁଷିଆର ଯୁଦ୍ଧ ବିମାନ ୟୁକ୍ରେନ୍ ଧ୍ୱଂସ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.