fbpx

ୟୁକ୍ରେନ ମହିଳାଙ୍କୁ ଭେଟିବାକୁ ଡକାଉଛନ୍ତି ଋଷ ସେନା! ପଠାଉଛନ୍ତି ଏପରି ମେସେଜ୍

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ୟୁକ୍ରେନ ରାଜଧାନୀ କିଭ ଓ ଖରକିଭ୍ ସହର ସମେତ ଅଲଗା ଅଲଗା ସ୍ଥାନରେ ବିସ୍ଫୋରଣ ହେଉଥିବାର ଖବର ସାମନାକୁ ଆସିଛି । ଋଷ ରାଷ୍ଟ୍ରପତି ପୁଟିନ୍ ଯେଉଁ ସମୟରେ ଆକ୍ରମଣ ପାଇଁ ଅନୁମତି ଦେଲେ ସେହି ସମୟରୁ ଏହି ଧମାକା ଆରମ୍ଭ ହୋଇଯାଇଛି । ଏଯାବତ୍ ୟୁକ୍ରେନର ୩୦୦ ଜଣ ଲୋକ ମୃତ୍ୟୁବରଣ କରିସାରିଥିବା ଖବର ସାମନାକୁ ଆସିଛି ।

ଏହା ମଧ୍ୟରେ ୟୁକ୍ରେନର ଜଣେ ମହିଳା ଦାବି କରିଛନ୍ତି ଯେ, ଋଷୀ ସେନା ମାନେ ତାଙ୍କ ପାଖକୁ ଡେଟିଂ ଆପ୍ ଟିଣ୍ଡର୍ ରେ ଫ୍ଲର୍ଟ ମେସେଜ୍ ପଠାଉଛନ୍ତି । ଉକ୍ତ ମହିଳା ସ୍କ୍ରିନ୍ ସଟ୍ ସେୟାର୍ କରି ଦାବି କରିଛନ୍ତି ଯେ, ତାଙ୍କ ପାଖକୁ ରୁଷୀ ସେନା ମାନେ ଫ୍ଲର୍ଟ କରିବା ଉଦ୍ଦେଶ୍ୟରେ ମେସେଜ୍ ପଠାଉଛନ୍ତି । ଏହାଛଡ଼ା ଅନେକ ଜଣ ନିଜ ପଦବୀ ସହିତ ସମସ୍ତ ବିବରଣୀ ପଠାଉଛନ୍ତି ।

ଦ ସନ୍ ର ଏକ ରିପୋର୍ଟ ମୁତାବକ, ଆନ୍ଦ୍ରେଇ, ଆଲେକ୍ଜାଣ୍ଡର୍, ଗ୍ରେଗରୀ ଓ ମାଇକେଲ୍ ସମେତ ୧୦ରୁ ଅଧିକ ରୁଷୀ ସେନା ୟୁକ୍ରେନର ମହିଳାଙ୍କୁ ଆକର୍ଷିତ କରିବା ପାଇଁ ମେସେଜ୍ ପଠାଇଛନ୍ତି । ସେମାନେ ନିଜର ପ୍ରୋଫାଇଲ୍ ଡେଟିଂ ଆପ୍ ରେ ପଠାଉଛନ୍ତି । ଏହି କଥାର ଖୁଲାସା କରିଥିବା ମହିଳା ଜଣକ ହେଉଛନ୍ତି ଦାଶା ସିନେଲ୍ନିକୋଭା । ୩୧ ବର୍ଷୀୟା ଦାଶା କିଭ୍ ରେ ରୁହନ୍ତି ।

ସେ କହିଛନ୍ତି ଯେ, “ସେୟାର୍ କରାଯାଇଥିବା ପ୍ରୋଫାଇଲ୍ ଗୁଡ଼ିକରେ କିଏ ବନ୍ଧୁକ ଧରି ଆର୍ମି ପୋଷାକରେ ନଜର ଆସିଛନ୍ତି ତି କିଏ ପିସ୍ତଲ ସହିତ ବେଡ୍ ଉପରେ ଶୋଇଥିବା ଦେଖିବାକୁ ମିଳିଛି । ହେଲେ ମୋତେ ତନ୍ମଧ୍ୟରୁ କେହି ବି ଆକର୍ଷକ ଲାଗିଲେ ନାହିଁ । ମୁଁ ଟିଣ୍ଡର୍ ରେ ପଠାଯାଇଥିବା ସେମାନଙ୍କ ରିକ୍ୱେଷ୍ଟ୍ କୁ ରିଜେକ୍ଟ କରିଦେଇଛି । ହେଲେ ଅନେକ ଏପରି ଥିଲେ ଯେଉଁ ମାନେ ଲଗାତର ଭାବରେ ମେସେଜ୍ ପଠାଇ ଚାଲିଥିଲେ” ।

Get real time updates directly on you device, subscribe now.