fbpx
BJD SKY
BJD SKY

ନିଆଳିରେ ୫ଟି ବୁଥରେ ମତଦାନ ବନ୍ଦ, ପ୍ରଶାସନର ଚାଲିଛି ତଦନ୍ତ

BJD

କଟକ(ଓଡ଼ିଶା ଭାସ୍କର) : ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ନିଆଳି ପୋଖରୀଗାଁ ପଞ୍ଚାୟତର ୫ଟି ବୁଥରେ ମତଦାନ ବନ୍ଦ ରହିଛି । ୨, ୧୧, ୧୬, ୧୭ ଓ ୧୮ ନମ୍ବର ବୁଥ୍ରେ ମତଦାନ ବନ୍ଦ ରହିଛି । ବୁଥ୍ ଜବର ଦଖଲ ଅଭିଯୋଗରେ ଭୋଟିଂ ବନ୍ଦ ଥିବା ସୂଚନା ମିଳିଛି । ଖବର ପାଇ ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।

ତେବେ ତେବେ ରାଜ୍ୟର ଆଜି ୨୫ଟି ଜିଲ୍ଲା ଓ ୪୮ଟି ବ୍ଲକରେ ମତଦାନ ଆରମ୍ଭ ହୋଇଛି । ଏହା ସହ ୧୩୧ ଜିଲ୍ଲା ପରିଷଦ ଜୋନ୍, ୯୭୫ ପଞ୍ଚାୟତ ପାଇଁ ଚାଲିଛି ମତଦାନ । ଆଜି ୧୩ ହଜାର ୫୧୪ ବୁଥରେ ପ୍ରାୟ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.