fbpx

ହତିଆର ରଖି ଦିଅ ଏବଂ ଘରକୁ ଫେରି ଯାଅ, ୟୁକ୍ରେନ ସେନାଙ୍କୁ ପୁଟିନଙ୍କ ଖୋଲା ଧମକ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣର ଘୋଷଣା କରି ଦେଇଛନ୍ତି। କେବଳ ଏତିକି ନୁହେଁ ପୁଟିନ ଯୁଦ୍ଧକୁ ନେଇ ବହୁତ ଆକ୍ରମଣାତ୍ମକ ହୋଇ ଉଠିଛନ୍ତି। ହତିଆର ରଖି ନିଜ ଘରକୁ ଫେରିଯିବାକୁ ୟୁକ୍ରେନ ସୈନିକଙ୍କୁ ଧମକଭରା ସ୍ଵରରେ ପୁଟିନ୍ କହିଛନ୍ତି। ରାୟଟର୍ସର ରିପୋର୍ଟ ଅନୁଯାୟୀ, ମୁଁ ଆପଣମାନଙ୍କୁ ଅପିଲ୍ କରୁଛି, ଆପଣ ନିଜର ଅସ୍ତ୍ର ଶସ୍ତ୍ର ଛାଡି ଘରକୁ ଫେରି ଯାଆନ୍ତୁ ବୋଲି ପୁଟିନ୍ କହିଛନ୍ତି। ୟୁକ୍ରେନର ଯେଉଁ ସୈନିକ ଆମର ଏହି ଅପିଲ୍ ମାନିବେ, ସେମାନଙ୍କୁ ଯୁଦ୍ଧ କ୍ଷେତ୍ରରୁ ସୁରକ୍ଷିତ ଫେରିଯିବାକୁ ଅନୁମତି ଦେବୁ। ଅନ୍ୟପଟେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ମଧ୍ୟ ରୁଷ ଆକ୍ରମଣର ସୂଚନା ଦେଇଛନ୍ତି। ପୁଟିନଙ୍କୁ ରୋକିବା ପାଇଁ ଦୁନିଆକୁ ସେ ଅପିଲ୍ କରିଛନ୍ତି।

ୟୁକ୍ରେନର ରାଜଧାନୀ କିଏଭରେ ଅନେକ ବୋମା ଧମାକାର ଶବ୍ଦ ଶୁଣିବାକୁ ମିଳିଛି। କେବଳ ଏତିକି ନୁହେଁ ଏହି ମାମଲାରେ ଦୂରରେ ରହିବାକୁ ପୁଟିନ୍ ଅନ୍ୟ ଦେଶକୁ ଧମକ ଦେଇଛନ୍ତି। ଯଦି କୌଣସି ଅନ୍ୟ ସେନା ରୁଷ ସାମ୍ନାକୁ ଆସିବେ ତେବେ ଭୟଙ୍କର ପରିଣାମ ଭୋଗିବେ। ପୁଟିନ୍ କହିଛନ୍ତି, ଆଜି ୟୁକ୍ରେନରେ ଯେଉଁ ଭଳି ଅନ୍ୟ ଶକ୍ତି କାମ କରୁଛନ୍ତି, ଏଥିରେ ରୁଷ ନିଜକୁ ସୁରକ୍ଷିତ ଏବଂ ବିକାଶ ଦିଗରେ ଆଗକୁ ବଢିବାରେ କଷ୍ଟ ଅନୁଭବ କରୁଛି।

ଅପରପକ୍ଷେ ପୁଟିନଙ୍କ କାର୍ଯ୍ୟାନୁଷ୍ଠାନକୁ ଆମେରିକା ସମେତ ଅନେକ ଦେଶ ନିନ୍ଦା କରିଛନ୍ତି। ରୁଷର କହିବା କଥା ପୂର୍ବ ୟୁକ୍ରେନର ଲୋକେ ଦାବି କରିଥିଲେ ଯେ, ଆମ ସୁରକ୍ଷା ପାଇଁ ସେନା ପଠାଯାଉ। ଏହି କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଟିନ୍ କହିଛନ୍ତି, ଯଦି କୌଣସି ରକ୍ତାକ୍ତ ସଂଘର୍ଷ ଘଟେ ତେବେ ଏଥିପାଇଁ ୟୁକ୍ରେନ ସରକାର ଦାୟୀ ରହିବେ। ରୁଷ ସାମ୍ନାକୁ ଯିଏ ବି ଆସିବ ଗୁରୁତର ପରିଣାମ ଭୋଗିବ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି।

 

Get real time updates directly on you device, subscribe now.