fbpx

Russia Ukraine War : ରୁଷର ୫ଟି ଯୁଦ୍ଧ ବିମାନକୁ ଖସାଇଲା ୟୁକ୍ରେନ୍

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ପ୍ରଥମେ ରୁଷ ଆକ୍ରମଣ କରିବାରୁ ୟୁକ୍ରେନ୍ଦେଇଛି ପାଲଟା ଜବାବ । ରକେଟ୍ ମାଡ଼ କରି ରୁଷର ୫ଟି ଲଢ଼ୁଆ ବିମାନ ଖସାଇଛି ୟୁକ୍ରେନ୍ । ରୁଷର ୫ଟି ଲଢ଼ୁଆ ବିମାନ ଖସାଇଥିବା ୟୁକ୍ରେନ ସେନା ଦାବି କରିଛି । ଲୁହାନସ୍କରେ ପ୍ରଦେଶରେ ଗୋଟିଏ ରୁଷିୟା ହେଲିକପ୍ଟରକୁ ମାରି ଖସାଇଥିବା ୟୁକ୍ରେନ ଦାବି କରିଛି ।

ତେବେ ରୁଷିଆ ପ୍ରଥମେ ୟୁକ୍ରେନର କିଭ ଓ ଖାରକିଭରେ ମିସାଇଲ ଆକ୍ରମଣ କରିଥିଲା । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ନାଗରିକଙ୍କୁ ଘର ଭିତରେ ରହିବାକୁ ୟୁକ୍ରେନ ସରକାର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.