fbpx

ୟୁକ୍ରେନର ରାଜରାସ୍ତାରେ ଯାଉଥିବା ସାଇକେଲ ଆରୋହୀଙ୍କ ଉପରେ ପଡ଼ିଲା ରୁଷର ବୋମା, ଦେଖନ୍ତୁ ଛାତିଥରା Video

ନୂଆଦିଲ୍ଲୀ: ବିଶ୍ୱର ଶକ୍ତିଶାଳୀ ଦେଶମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା । ତେବେ ବର୍ତ୍ତମାନ ରୁଷ୍-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଥିବା ବେଳେ ଏନେଇ ସାମ୍ନାକୁ ଆସିଛି ଏକ ଛାତିଥରା ଭିଡିଓ । ରୁଷର ବୋମାମାଡ଼ର ଶିକାର ହୋଇଛନ୍ତି ଜଣେ ସାଧାରଣ ନିରୀହ ସାଇକେଲ ଆରୋହୀ । ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଛି ଯେ, ୟୁକ୍ରେନ ରାଜରାସ୍ତାରେ ଜଣେ ସାଇକେଲ ଆରୋହୀ ରାସ୍ତାରେ ଧୀରଗତିରେ ଯାଉଥିବା ବେଳେ ହଠାତ୍ ତାଙ୍କ ଉପରେ ବୋମାମାଡ଼ ହୋଇଥିଲା । ତେବେ ଏବେ ଯୁଦ୍ଧର ଆରମ୍ଭ ହୋଇଥିବା ବେଳେ, ଆଗକୁ କ’ଣ ଘଟିବ ତାହା ଆପଣମାନେ କଳ୍ପନା କରନ୍ତୁ । ବର୍ତ୍ତମାନ ୟୁକ୍ରେନରେ ୧୩୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଶହ ଶହ ଆହତ ହୋଇଛନ୍ତି । ଏହାପୂର୍ବରୁ ମଧ୍ୟ ଯୁଦ୍ଧର ପରିସ୍ଥିତି ନେଇ କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ଲୋକମାନେ ପ୍ରାଣ ବିକଳରେ ଦୌଡ଼ୁଥିବା ଦେଖାଯାଉଥିଲା ।

ତେବେ ଯୁଦ୍ଧର ଭୟଙ୍କର ବାତାବରଣ ଏଭଳି ହୋଇଛି ଯେ, ଆଜି ୟୁକ୍ରେନରେ ବ୍ଲାକ ଫ୍ରାଇଡେ ହୋଇପାରେ । ରୁଷ୍ ପୂର୍ବାପେକ୍ଷା ନିଜର ଆକ୍ରମଣ ବୃଦ୍ଧି କରିଥିବାରୁ ଏଭଳି ସମ୍ଭାବ୍ୟ ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେସ୍କି ସେନାଙ୍କୁ ଏକଜୁଟ୍ ହୋଇ ଲଢ଼େଇ କରିବାକୁ ଆଦେଶ ଦେଇଛନ୍ତି । ତେବେ ରୁଷ୍ ଆଜି ସକାଳ ୬ଟାରୁ ହମଲା ଆରମ୍ଭ କରିଦେଇଥିବା ୟୁକ୍ରେନ ଗୃହମନ୍ତ୍ରୀ ଆଣ୍ଟୋନ ସୂଚନା ଦେଇଛନ୍ତି । ରୁଷ୍ କ୍ରୁଜ ଓ ବାଲିଷ୍ଟିକ୍ ମିସାଇଲର ଉପଯୋଗ କରିଥିବା ବେଳେ ୟୁକ୍ରେନ ରୁଷର ଏକ ବିମାନକୁ ଖସାଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.