ଆଉ କ୍ୟାନ୍ସରରେ ଯିବନି ଜୀବନ! ବାହାରିଲା ଭ୍ୟାକ୍ସିନ, 2025ରୁ ମାଗଣାରେ ମିଳିବ

ନୂଆଦିଲ୍ଲୀ: ବିଶ୍ବବାସୀଙ୍କ ପାଇଁ ଖୁସି ଖବର । ଏଣିକି ଆଉ କ୍ୟାନ୍ସରରେ ମରିବେନି ଲୋକେ । ବାହାରିଲା ଟିକା । କ୍ୟାନ୍ସର ଟିକା ବିକଶିତ ନେଇ ଘୋଷଣା କରିଛି ଋଷ । ଏହା 2025 ମସିହାରେ ସମସ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ବୋଲି ମଧ୍ୟ ଘୋଷଣା କରିଛି । କର୍କଟ ରୋଗ ପ୍ରତିରୋଧ ପାଇଁ ଜନସାଧାରଣଙ୍କୁ ଦିଆଯିବା ପରିବର୍ତ୍ତେ ଏହି ଟିକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ ବୋଲି ଜଣାଯାଇଛି । TASS ସମାଚାର ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ମହାନିର୍ଦ୍ଦେଶକ ଆଣ୍ଡ୍ରେଇ କାପ୍ରିନ୍ ଘୋଷଣା କରିଛନ୍ତି ଯେ କର୍କଟ ରୋଗ ବିରୋଧରେ ଦେଶ ନିଜର mRNA ଟିକା ପ୍ରସ୍ତୁତ କରିଛି ଏବଂ ଏହାକୁ ମାଗଣାରେ ଲୋକଙ୍କୁ ବଣ୍ଟନ କରାଯିବ ବୋଲି କହିଛନ୍ତି ।

ଋଷର ଟିକା ବିଶେଷଜ୍ଞ ଆଲେକ୍ସଜାଣ୍ଡାର୍ ଜିଣ୍ଟସବର୍ଗ କହିଛନ୍ତି ଯେ, ଏଆଇ ସାହାଯ୍ୟରେ ବ୍ୟକ୍ତିଗତ କର୍କଟ ଟିକା ତିଆରି ପ୍ରକ୍ରିୟା ସହଜରେ ଶେଷ ହୋଇପାରିବ। ସେ କହିଛନ୍ତି ଯେ ଆରମ୍ଭରେ ଏହି ପ୍ରକ୍ରିୟା ଜଟିଳ ଏବଂ ଲମ୍ବା ସମୟ ହୋଇପାରେ, କିନ୍ତୁ ଭବିଷ୍ୟତରେ ଏହା ବହୁତ ସହଜ ହେବ । ଆଲେକ୍ସଜାଣ୍ଡାର୍ ଜିଣ୍ଟସବର୍ଗ ଏହା ପୂର୍ବରୁ TASS କୁ କହିଥିଲେ ଯେ ଏହି ଟିକା ଟ୍ୟୁମର ବୃଦ୍ଧିକୁ ରୋକିପାରେ ଏବଂ କର୍କଟକୁ ବ୍ୟାପିବାରୁ ରୋକିପାରେ। ଏହି ଟିକା ଶରୀରରେ କର୍କଟ କୋଷଗୁଡ଼ିକୁ ଚିହ୍ନଟ କରିବା ଏବଂ ନଷ୍ଟ କରିବା ପାଇଁ କାର୍ଯ୍ୟ କରିବ । ଚିକିତ୍ସା କର୍କଟ ଟିକା ବିଶେଷ ଭାବରେ ଟ୍ୟୁମର କୋଷର ପ୍ରୋଟିନ୍ କିମ୍ବା ଆଣ୍ଟିଜେନ୍ସକୁ ଟାର୍ଗେଟ କରିବ, ଏହି କାରଣରୁ ଶରୀରର ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥା ଟ୍ୟୁମରକୁ ଦୂର କରିବାରେ ପ୍ରଭାବଶାଳୀ ହେବ । କର୍କଟ ରୋଗକୁ ରୋକିବାରେ ପ୍ରତିଷେଧକ ଟିକା (HPV) ବହୁତ ସାହାଯ୍ୟକାରୀ ହେବ । କିନ୍ତୁ  ଟିକା କେଉଁ କର୍କଟ ରୋଗର ଚିକିତ୍ସା କରିବ, ଏହା କେତେ ପ୍ରଭାବଶାଳୀ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆମର ବୈଜ୍ଞାନିକମାନେ କ୍ୟାନ୍ସର ଟିକ ବିକଶିତ କରିବାର ନିକଟତର ହୋଇଛନ୍ତି ଯାହା ଶୀଘ୍ର ରୋଗୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ।