fbpx
BJD
BJD SKY
BJD SKY

ୟୁକ୍ରେନ ପାଇଁ ବଡ ବିପଦ: ଯୁଦ୍ଧରେ ଋଷ ଛାଡିଲା ଭୟଙ୍କର ସ୍ପେଶାଲ କମାଣ୍ଡୋ ଫୋର୍ସ “ସ୍ପେଶନାଜ’

BJD

ନୂଆଦିଲ୍ଲୀ: ତିନି ପଟରୁ ୟୁକ୍ରେନକୁ ଘେରି ନେଇଛି ଋଷ ସେନା । ସେନା କ୍ୟାମ୍ପ ଏବଂ ଏୟାରବେସ ସହିତ ବିଭିନ୍ନ ବଡ ବଡ କୋଠାକୁ ନିଜ ଅକ୍ତିଆରକୁ ନେଇଛି ଋଷ । ତେବେ ୟୁକ୍ରେନର ରାଜଧାନୀ କିଭ ଅଞ୍ଚଳରୁ ମାତ୍ର କିଛି ଦୂରେ ଋଷ ସେନା ଆତଙ୍କ ମଚାଇଥିବା ବେଳେ ଯୁଦ୍ଧ ଧିରେ ଧିରେ ଭୟଙ୍କର ରୂପ ନେଉଛି । ତେବେ ଏହା ମଧ୍ୟରେ ଆଉ ଏକ ଘଟରା ମଧ୍ୟ ସାମନାକୁ ଆସିଛି । ୟୁକ୍ରେନକୁ ହରାଇବା ପାଇଁ ଋଷ ଲଗାଇଛି ଆଉ ଏକ ସାମର୍ଥ୍ୟ । ସବୁଠୁ ଭୟଙ୍କର ଏବଂ ବର୍ବରତାର ଚରମ ସୀମାରେ ରହିଥିବା କିଲର କମାଣ୍ଡୋ “ସ୍ପେଶନାଜ’ ୟୁକ୍ରେନ ସୀମା ଡେଇଁ ସାରିଥିବା ଜଣାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଏହି ସ୍ପେଶାଲ ଫୋର୍ସ ଖୁବ ଭୟଙ୍କର ।

Russian Spetsnaz Take Out Terrorists in Dagestan | SOFREP Russian Spetsnaz  Take Out Terrorists in Dagestan

ଋଷର ଏହି ସ୍ପେଶାଲ କମାଣ୍ଡୋ “ସ୍ପେଶନାଜ’ ସ୍ୱତନ୍ତ୍ର ଦେଶର ମିଲିଯାରୀ ଇଣ୍ଟେଲିଜେନ୍ସି ୟୁନିଟ(GRU-Glavanoe Rajvedivatelnoe upravleni) ପାଇଁ କାର୍ଯ୍ୟ କରିଥାନ୍ତି । ଶତ୍ରୁ ରାଷ୍ଟ୍ରର ଅନୁସନ୍ଧାନ କରି ନଷ୍ଟ କରିବା ହେଉଛି ଏମାନଙ୍କର ମୁଖ୍ୟ କାମ । ଋଷର ବଡ ବଡ ଅଭିଯାନରେ ଏମାନଙ୍କୁ ଖୋଜେ ଦେଶର ସୈନ୍ୟବାହିନୀ । ସିରିଆ ଆକ୍ରମଣରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏହି କମାଣ୍ଡୋ ଟିମ । ୧୫୦୦-୨୦୦୦ ସୈନ୍ୟ ସହ ଗଠନ ହୋଇଥିବା ଏହି ସ୍ୱତନ୍ତ୍ର ଫୋର୍ସ ଫେଡେରାଲ ସିକ୍ୟୁରିଟି ସର୍ଭିିସ ପାଇଁ କାର୍ଯ୍ୟ କରିଥାନ୍ତି । ଦେଶର କିଛି ଖାସ ସୈନିକମାନଙ୍କୁ ଏଥିରେ ଭର୍ତ୍ତି କରାଯାଇଥାଏ । ୫ ବର୍ଷର କଡା ଟ୍ରେନିଙ୍ଗ ପରେ ତିଆରି ହୋଇଥାଏ ଜଣେ “ସ୍ପେଶନାଜ’ର ସ୍ପେଶାଲ କମାଣ୍ଡୋ ।

Get real time updates directly on you device, subscribe now.