fbpx
BSKY
BJD MC SKY
BJD YOUTH SKY

ଆତ୍ମରକ୍ଷାର ଶେଷ ପ୍ରୟାସରେ ୩ଟି ପୋଲ ଉଡାଇଲା ୟୁକ୍ରେନ୍: କିଭରୁ ୩୨ କିମି ଦୂରରେ ଅଛନ୍ତି ଋଷ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଅଧିକୃତ କରିବାର ନିକଟତର ହୋଇଛି ଋଷିଆ । ୟୁକ୍ରେନକୁ ୩ ଆଡୁ ଆକ୍ରମଣ କରିଥିବା ଋଷିଆ ମାତ୍ର ୩୨ କିମି ଦୂରରେ ରହିଛି । ୟୁକ୍ରେନ ରାଜଧାନୀ କିଭ ଅଧିକାର କରିବା ଠାରୁ ମାତ୍ର ୩୨ କିମି ଦୂରରେ ରହିଥିବା ବେଳେ ଆସନ୍ତାକାଲି କିଛି ଦିନ ମଧ୍ୟରେ ୟୁକ୍ରେନକୁ ଅଧିକୃତ କରିନେବ । ତେବେ ୟୁକ୍ରେନ ପକ୍ଷରୁ ଆତ୍ମରକ୍ଷାର ଶେଷ ପ୍ରୟାସ କରାଯାଇଛି । କିଭକୁ ସଞ୍ଜୋଗ କରୁଥିବା ୩ଟି ପୋଲକୁ ଉଡାଇ ଦେଇଛନ୍ତି ୟୁକ୍ରେନୀୟ ସେନା । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ସେ ଓ ତାଙ୍କ ପରିବାର ଋଷର ପ୍ରଥମ ଟାର୍ଗେଟ । ତେବେ ଦେଶବାସୀଙ୍କୁ ଛାଡି ସେ ପଳାୟନ କରିବେ ନାହିଁ । ଅନ୍ତିମ ସମୟ ଯାଏଁ ସେ କିଭରେ ରହିବେ ବୋଲି ଭ୍ଲୋଦିମିର ଜେଲେନସ୍କି କହିଛନ୍ତି । ଏହା ସହିତ ବିଗତ ୨୪ ଘଣ୍ଟା ମଧ୍ୟରେ କିଭରେ ୩୩ଟି ଭୟଙ୍କର ବିସ୍ଫୋରଣ ହୋଇଛି । ଆସନ୍ତା ୪ ଦିନ ମଧ୍ୟରେ ଋଷ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବରେ ଅଧିକୃତ କରିନେବ ବୋଲି ଜେଲେନସ୍କି କହିଛନ୍ତି ।

ଋଷ ତରଫରୁ ୟୁକ୍ରେନକୁ ମିଳିଛି ଯୁଦ୍ଧ ବନ୍ଦ କରିବାର ପ୍ରସ୍ତାବ । ଆଲୋଚନା କରିବା ପାଇଁ ଅଫର ଦେଇଛି ଋଷିଆ । ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଋଷର ବୈଦେଶିକ ମନ୍ତ୍ରୀ । କିନ୍ତୁ ଆଲୋଚନା ପୂର୍ବରୁ ଏକ ବିରାଟ ସର୍ତ୍ତ ରଖିଛି ଋଷ । ୟୁକ୍ରେନକୁ ସମର୍ପଣ କରିବା ପାଇଁ ଋଷ ରଖିଛି ସର୍ତ୍ତ । ଏପରି କଲେ ଋେ ଅଲୋଚନା କରିବ ଏବଂ ଯୁଦ୍ଧ ବନ୍ଦ କରିବାର ନିଷ୍ପତ୍ତି ନେଇପାରେ ବୋଲି ପ୍ରସ୍ତାବ ଦେଇଛି । ଏହାସହିତ ୟୁକ୍ରେନ ସେନା ମଧ୍ୟ ନିଜକୁ ଆତ୍ମସମର୍ପଣ କରିବାକୁ ଋଷ ଜିଦ ଧରିଛି । ଏ ନେଇ ସୂଚନା ଦେଇଛନ୍ତି ଋଷର ବୈଦେଶିକ ମନ୍ତ୍ରୀ ।

Get real time updates directly on you device, subscribe now.