fbpx
BJD SKY
BJD SKY

ଋଷକୁ ପସନ୍ଦ ଆସିଲା ତାଲିବାନ ! କହିଲା- ଘନି ସରକାରଙ୍କ ତୁଳନାରେ ଅଧିକ ସୁରକ୍ଷିତ ରହିଛି କାବୁଲ

BJD

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ ମାନେ ନିଜର ହୁକୁମ୍ ଆରମ୍ଭ କରିସାରିଲେଣି । ରବିବାର ସେମାନେ ରାଜଧାନୀ କାବୁଲ ଉପରେ କବଜା କରିଛନ୍ତି । ଫଳରେ ରାଷ୍ଟ୍ରପତି ଘନି ଇସ୍ତଫା ଦେଇ ରାତାରାତି କାବୁଲ ଛାଡ଼ି ଛନ୍ତି । ବର୍ତ୍ତମାନ ସେଠାକାର ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି । ତାଲିବାନଙ୍କ ଦଖଲ ପରେ ଅଧିକାଂଶ ଦେଶ ସେମାନଙ୍କ ଦୂତାବାସ ସେଠାରୁ ହଟାଇଦେଇଛନ୍ତି ଏବଂ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ଭାବରେ ସେଠାରୁ ନେଇ ଯାଉଛନ୍ତି । ଭାରତ ଏବଂ ଆମେରିକା ଆଜି ନିଜର ନାଗରିକ ମାନଙ୍କୁ ଆଫଗାନିସ୍ତାନରୁ ନେଇଯାଇଛନ୍ତି । ଗୋଟେ ପଟେ ଅଧିକାଂଶ ଦେଶ ତାଲିବାନଙ୍କ ବିରୋଧରେ ଥିବା ବେଳେ ଚୀନ-ପାକିସ୍ତାନ, ତାଲିବାନିଙ୍କ ସମର୍ଥନ କରିଛନ୍ତି । ଏବେ ଏହି ଲିଷ୍ଟରେ ସାମିଲ ହୋଇଛି ଋଷ୍ ।

ଆଫଗାନିସ୍ତାନରେ ଋଷ୍ ର ରାଜଦୂତ ଦାବି କରିଛନ୍ତି ଯେ, ତାଲିବାନ ମାନେ ପୂର୍ବାପେକ୍ଷା କାବୁଲକୁ ଅଧିକ ସୁରକ୍ଷିତ କରିଛନ୍ତି । ଏଥିସହିତ ସେଠାରୁ ଦୂତାବାସ ହଟାଇବାକୁ ମଧ୍ୟ ମନା କରିଦେଇଛି । ଓଲଟି କହିଛି ଯେ, ଗତ ଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବ ସରକାର ତୁଳନାରେ ବର୍ତ୍ତମାନ କାବୁଲ ଅଧିକ ସୁରକ୍ଷିତ ହୋଇଯାଇଛି । ଋଷ୍ ର ରାଜଦୂତ, ତାଲିବାନମାନଙ୍କ ସହିତ ନିଜର ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବରେ ଗ୍ରହଣ କରିଛି ।

ଏହାବ୍ୟତୀତ ଏକ ରିପୋର୍ଟରେ କୁହାଯାଇଛି ଯେ, ଋଷର ବିଦେଶ ମନ୍ତ୍ରାଳୟ କହିଛନ୍ତି ଆଜି ଋଷୀ ରାଜଦୂତ ତାଳିବାନ ପ୍ରମୁଖ ନେତା ମାନଙ୍କ ସହିତ କାବୁଲରେ ଭେଟିବେ । ଏହି ଆଧାରରେ ଆଫଗାନିସ୍ତାନରେ ତାଲିବାନ ମାନଙ୍କ ନୁତନ ସରକାରର ମାନ୍ୟତା ଦିଆଯିବା ନେଇ ନିଷ୍ପତ୍ତି ନିଆଯିବ । ସୋମବାର ଦିନ ଆଫଗାନିସ୍ତାନରେ ତାଲିବାନର ନୂତନ ସରକାରକୁ ଚୀନ ମାନ୍ୟତା ଦେବାନେଇ ଘୋଷଣା କରିପାରେ । କାରଣ ପାକିସ୍ତାନ ଲଗାତର ଭାବରେ ତାଲିବାନକୁ ସମର୍ଥନ କରିଆସୁଛି ।

Get real time updates directly on you device, subscribe now.