fbpx

ସବରୀମାଳା ମନ୍ଦିରକୁ ବାପାଙ୍କ ସହ ଯାଇପାରିବେ ୧୦ ବର୍ଷରୁ କମ୍ ବୟସର ଝିଅ: କେରଳ ହାଇକୋର୍ଟ

ଥିରୁବନନ୍ତପୁରମ୍: ସବରୀମାଳା ମନ୍ଦିରକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି । ୧୦ ବର୍ଷରୁ କମ୍ ବୟସର ଝିଅ ମାନେ ନିଜ ବାପାଙ୍କ ସହିତ ସବରୀମାଳା ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଛି । କେରଳ ହାଇକୋର୍ଟ ଆଦେଶ ଜାରି କରିର କହିଛନ୍ତି ଯେ, ୧୦ ବର୍ଷରୁ କମ୍ ବୟସର ଝିଅ ମାନେ ନିଜ ନିଜ ବାପାଙ୍କ ସହିତ ମନ୍ଦିର ଦର୍ଶନ କରିବାକୁ ଆସିପାରିବେ ।

ସୂଚନା ଅନୁସାରେ, ଜଣେ ୯ ବର୍ଷ ଝିଅ କୋର୍ଟରେ ଆବେଦନ କରିଥିଲେ ଯେଉଁଥିରେ ସେ ଅଗଷ୍ଟ ୨୩ ତାରିଖରେ ନିଜର ବାପାଙ୍କ ସହିତ ସବରୀମାଳା ମନ୍ଦିରକୁ ଯିବା ପାଇଁ ଅପିଲ୍ କରିଥିଲେ । ତେବେ ଏହି ସବରୀମାଳା ମନ୍ଦିର ୮୦୦ ବର୍ଷ ପୁରୁଣା ମନ୍ଦିର । ଏହାକୁ ନେଇ ଏହି ମାନ୍ୟତା ରହିଛି ଯେ, ଭଗବାନ ଅୟପ୍ପା ହେଉଛନ୍ତି ଜଣେ ବ୍ରହ୍ମଚାରୀ । ତେଣୁ ଏହି କାରଣରୁ ଯୁବତୀଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ । ୨୦୦୬ ମସିହାରେ ଜ୍ୟୋତିଷ ପରପ୍ପନଗଡୀ କହିଥିଲେ ଯେ, ମନ୍ଦିରରେ ସ୍ଥାପିତ ହୋଇଥିବା ଅୟପ୍ପା ନିଜର କ୍ଷମତା ହରାଇ ବସୁଛନ୍ତି । ସେ ଅତିଷ୍ଠ ଅଛନ୍ତି । କାରଣ କୌଣସି ଯୁବତୀ ବା ମହିଳା ମନ୍ଦିରକୁ ପ୍ରବେଶ କରିଛି ।

Get real time updates directly on you device, subscribe now.