fbpx

ୟୁକ୍ରେନ ସଙ୍କଟର ପ୍ରଭାବ: ହୁ ହୁ ହୋଇ ବଢ଼ିଚାଲିଛି ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବ୍ୟାରେଲ ପିଛା ୯୮ ଡଲାରରେ ପହଞ୍ଚିଛି ଅଶୋଧିତ ତୈଳ ଦର । ବ୍ୟାରେଲ ପିଛା ୯୮ ଡଲାରରେ ପହଞ୍ଚିଛି ଅଶୋଧିତ ତୈଳ ଦର । ୟୁକ୍ରେନ ସଙ୍କଟ ଯୋଗୁଁ ବଢ଼ିଛି ଅଶୋଧିତ ତୈଳ ଦର । ୫ ରାଜ୍ୟରେ ନିର୍ବାଚନ ପରେ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର ।

ତେବେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନହେବା କାରଣରୁ ତେଲ କମ୍ପାନୀଗୁଡିକୁ ପ୍ରବଳ କ୍ଷତି ସହିବାକୁ ପଡୁଛି । ତେଣୁ ମାର୍ଜିନକୁ ସନ୍ତୁଳନରେ ରଖିବା ପାଇଁ ଲିଟର ପିଛା ୫-୬ ଟଙ୍କା ବୃଦ୍ଧି କରିବା ଜରୁରୀ ହୋଇପଡିଛି । ଯଦି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମ ଏହିପରି ଉଚ୍ଚ ସ୍ତରରେ ରୁହେ ତେବେ ୫ଟି ରାଜ୍ୟରେ ନିର୍ବାଚନ ପରେ ତେଲ ଦର ନିଶ୍ଚୟ ବଢିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

Get real time updates directly on you device, subscribe now.