fbpx

୧୧ଟା ସୁଦ୍ଧା ୩୬% ମତଦାନ: ପୁଣି ସାମ୍ବାଦିକଙ୍କୁ ଆକ୍ରମଣ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ ହୋଇଛି । ୩୬% ମତଦାନ ନେଇ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଯାଜପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଧିକ ୪ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ଅନ୍ୟପଟେ ଆଠଗଡ଼ରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ପ୍ରଶାନ୍ତ ସାହୁଙ୍କୁ ଆକ୍ରମଣ ହୋଇଛି । ସାମ୍ବାଦିକ ସୁଶାନ୍ତଙ୍କୁ ଠେଲାପେଲା ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଆଠଗଡ଼ ଅନନ୍ତପୁର ପଞ୍ଚାୟତର ୪ଟି ବୁଥରେ ମତଦାନ ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । କେତେକ ଏଜେଣ୍ଟଙ୍କୁ ବୁଥରେ ପୂରାଇ ନଦେବାରୁ ଉତ୍ତେଜନା ହୋଇଥିଲା । ଏନେଇ ଖବର ସଂଗ୍ରହ ବେବେ ସାମ୍ବାଦିକଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.