fbpx

ୟୁକ୍ରେନର ଦାବି: ୮୦୦ ରୁଷ ସେନାଙ୍କୁ କରିଛନ୍ତି ନିପାତ, ଉଡାଇଛନ୍ତି ୩୦ଟି ଟ୍ୟାଙ୍କର୍

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଗୁରୁବାର ଦିନ ରୁଷ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ବି ଯୁଦ୍ଧ ଜାରି ରହିଛି । ଆଜି ୪୦ ମିନିଟ୍ ମଧ୍ୟରେ ୩ଟି ସ୍ଥାନରେ ବିସ୍ଫୋରଣ ହୋଇଥିବା ଖବର ସାମନାକୁ ଆସିଛି । ଏହା ମଧ୍ୟରେ ୟୁକ୍ରେନ ଦାବି କରିଛି ଯେ, ସେ ମଧ୍ୟ ଶତ୍ରୁ ଦେଶର ଅନେକ ସେନାଙ୍କୁ ନିପାତ କରିଛି । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାୟଳର ଡେପୁଟି ମିନିଷ୍ଟର୍ ହନ୍ନା ମଲୟାର୍ ଦାବି କରି ଶୁକ୍ରବାର ଦିନ କହିଛନ୍ତି ଯେ, ଦ୍ୱିପହର ୩ଟା ପର୍ଯ୍ୟନ୍ତ ୟୁକ୍ରେନ ରୁଷର ପ୍ରାୟ ୮୦୦ ସେନାଙ୍କୁ ମାରିବା ସହିତ ୩୦ଟି ଟ୍ୟାଙ୍କ୍ ଉଡାଇଛନ୍ତି ।

ଏହା ସହିତ ୭ଟି ଏୟାରକ୍ରାଫ୍ଟ ଖସାଇଛନ୍ତି । ଏହା ବ୍ୟତୀତ ଯୁଦ୍ଧରେ ବ୍ୟବହାର କରାଯାଇଥିବା ୧୩୦ ବିବିଏମ୍ ମେସିନ୍ କୁ ବି ନଷ୍ଟ କରିଥିବା ଦାବି କରିଛି ରୁଷ । ଏହା ପୂର୍ବରୁ ଶୁକ୍ରବାର ଦିନ ହିଁ ୟୁକ୍ରେନର ସେନା କମାଣ୍ଡର-ଇନ୍-ଚିଫ୍ ଭାଲେରୀ ଜାଲୁଜନୀ ଦାବି କରିଛନ୍ତି ଯେ, ରୁଷର ୨୫ ଜଣ ସୈନିକ ସରେଣ୍ଡର୍ କରିଛନ୍ତି । ଉତ୍ତର ୟୁକ୍ରେନରେ ଗ୍ଲୁଖୋବ ଓ ପୋବେଡ଼ାରେ ଏବେ ଲଢ଼େଇ ଜାରି ରହିଛି । ଏହା ବ୍ୟତୀତ ବିଭିନ୍ନ ଅଞ୍ଚଳରେ ରୁଷ ସେନାର ଅନୁପ୍ରବେଶକୁ ରୋକିବା ପ୍ରୟାସ ଜାରି ରଖିଛି ୟୁକ୍ରେନ ।

Get real time updates directly on you device, subscribe now.