fbpx
BSKY
BJD MC SKY
BJD YOUTH SKY

ବଡ଼ ଖବର: ରାଜଧାନୀ କିଭରେ ପଶିଲେ ରୁଷ ସେନା, ଅଟକାଇବା ପାଇଁ ୟୁକ୍ରେନ ସେନା ଉଡ଼ାଇଲେ ବ୍ରିଜ୍

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅସହାୟ ନଜର ଆସିଛନ୍ତି । ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ସହାୟତା ପାଇଁ ମନା କରିଦେଇଛନ୍ତି । ଏହାରି ମଧ୍ୟରେ ରୁଷର ସେନା ୟୁକ୍ରେନର ରାଜଧାନି କିଭରେ ପ୍ରବେଶ କରିଛନ୍ତି । ଏନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି । ଶତ୍ରୁମାନେ କିଭରେ ପ୍ରବେଶ କରିଥିବା ନେଇ ସେ ଟ୍ୱିଟ୍ କରି କହିଛନ୍ତି । ଏଥିପାଇଁ ନାଗରିକମାନଙ୍କୁ ସାବଧାନ୍ ରହିବା ଓ କର୍ଫ୍ୟୁ ନିୟମର ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହା ସହ କିଭ ନିକଟରେ ଥିବା ଏକ ବ୍ରିଜକୁ ଉଡ଼ାଇଦେଇଛନ୍ତି ୟୁକ୍ରେନ ସେନା । ରୁଷ ସେନାଙ୍କୁ ଅଟକାଇବା ପାଇଁ ବା ରାଜଧାନୀରେ ପ୍ରବେଶ ନକରିବା ପାଇଁ ଏପରି କରିଛି ୟୁକ୍ରେନ । ଅବଶ୍ୟ ରୁଷର କିଛି ସେନା ପୂର୍ବରୁ ହିଁ କିଭରେ ପ୍ରବେଶ କରିସାରିଛନ୍ତି, ଯାହାର ସୂଚନା ଖୋଦ୍ ୟୁକ୍ରେନର ରାଷ୍ଟ୍ରପତି ଦେଇଛନ୍ତି ।

Get real time updates directly on you device, subscribe now.