fbpx
BSKY SKY
BSKY SKY

ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଋଷର ଚେତାବନୀ: କହିଲା ୟୁକ୍ରେନ ଯଦି ଏଭଳି ପଦକ୍ଷେପ ନେବ ତା’ହଲେ…

BSKY

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଲମ୍ବା ହେଉଥିବାର ଜଣାପଡ଼ୁଛି । ଗତ କିଛିଦିନରୁ ଆକ୍ରମଣାତ୍ମକ ମନୋଭାବ ପୋଷଣ କରି ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ଋଷ । ଋଷ ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ ସାମିଲ ହେବା ପାଇଁ ଚେଷ୍ଟା କରୁଛି । ଏମିତିରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ନେଇ ଋଷ କଡ଼ା ପ୍ରତିକ୍ରିୟା ଦେଇଛି । ଋଷ ଏହାକୁ ୟୁକ୍ରେନର ପ୍ରଚାର ବୋଲି କହି ଏହାକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି ।

ଋଷ ଏହା ପୂର୍ବରୁ ପରମାଣୁ ହତିଆର ବ୍ୟବହାର କରିବାକୁ ନେଇ ମଧ୍ୟ ଅନେକ ଥର ବୟାନ ଜାରି କରିସାରିଛି । ସେବେଠାରୁ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା କରାଯାଉଛି । ଏଥର ଋଷ ତୃତୀୟ ବିଶ୍ୱ ଯୁଦ୍ଧର ଧମକ ଦେଇ ଏକ ଗମ୍ଭୀର ସ୍ଥିତି ଉତ୍ପନ୍ନ କରିଛି । ଯେତେବେଳେକି ଏହି ଦେଶରେ ମଧ୍ୟରେ ପୂର୍ବରୁ ହିଁ ଯୁଦ୍ଧ ଲାଗିରହିଛି । ଏହା ପ୍ରଥମ ଥର ହୋଇଛି । ଯେତେବେଳେ ଋଷ ତରଫରୁ ସିଧାସଳଖ ତୃତୀୟ ବିଶ୍ୱ ଯୁଦ୍ଧର ଧମକ ଦିଆଯାଇଛି ।

ଋଷ ସୁରକ୍ଷା କାଉନ୍ସିଲର ଡେପୁଟୀ ସେକ୍ରେଟେରୀ ବେନେଡିକତୋବ କହିଛନ୍ତି ଯେ ୟୁକ୍ରେନ୍ ଜାଣିଛି ଯେ ଯଦି ସେ ନାଟୋରେ ସାମିଲ ହେଉଛି ତେବେ ଏହି ଯୁଦ୍ଧକୁ ତୃତୀୟ ବିଶ୍ୱ ଯୁଦ୍ଧରେ ପରିଣତ କରିଦେବ । ପୁତିନଙ୍କ ପାଖ ଲୋକ କୁହାଯାଉଥିବା ଆଲେକଜାଣ୍ଡାର ବେନେଡିକତୋବ କହିଛନ୍ତି ଯେ ଏହିଭଳି ପଦକ୍ଷେପ ଉଠାଇବାର ପରିଣାମ ନାଟୋ ସଦସ୍ୟ ବି ଜାଣିନାହାଁନ୍ତି ।

Get real time updates directly on you device, subscribe now.