fbpx

ଧାମନଗରବାସୀଙ୍କ ସ୍ୱାର୍ଥ ପାଇଁ ମୁଁ ନିର୍ବାଚନ ଲଢ଼ିବି, ମୁଁ ସ୍ୱାଧୀନରୁ ଲଢ଼ିବି

ଭୁବନେଶ୍ୱର:ନିର୍ବାଚନ ଆସିଲା ମାନେ ଲୋକ ମାନଙ୍କ ମନରେ ଉତ୍କଣ୍ଠା ଉତ୍ସାହ ଭରି ଯାଏ । ଏହାକୁ ନେଇ ରଣନୀତି ପ୍ରସ୍ତୁତ ହୁଏ । ଆଉ ନିଜ ଦଳ କିପରି ଜୟଯୁକ୍ତ ହେବ ଏହାକୁ ନେଇ ଅଙ୍କ କଷା ମଧ୍ୟ ଆରମ୍ଭ ହୁଏ । ଓଡିଶାରେ ବର୍ତ୍ତମାନ ସୁଦ୍ଧା ୪ଟି ଉପନିର୍ବାଚନ ହୋଇ ସାରିଲାଣି ଯେଉଁଥିରେ ସବୁଠାରେ ଶାସକ ଦଳ ତାର ପାରିଦର୍ଶିତା ଦେଖାଇ ସାରିଛି । କିନ୍ତୁ ଚଳିତ ଉପ ନିର୍ବାଚନରେ କିଛି ଟା ଭିନ୍ନ ଏବଂ ଜବରଦସ୍ତ ମୁକାବିଲା ହେବାକୁ ଯାଉଛି । କାରଣ ଏଥର ମଇଦାନରେ ଟକ୍କର ଦେବାକୁ ଯେଉଁ ୪ ପ୍ରାର୍ଥୀ ଓହ୍ଲାଇଛନ୍ତି ସେମାନେ ଜଣେ ଜଣଙ୍କ ଠାରୁ ଉତ୍ତମ ।

କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ନଜର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓରଫ ରାଜୁ ଦାସଙ୍କ ଉପରେ । କାରଣ ବିଜେଡି ରାଜୁ ଦାସଙ୍କୁ ଟିକେଟ ଦେଲା ନାହିଁ ଯାହା ପାଇଁ ଦଳରୁ ନିରାଶ ହୋଇ ଫେରିଥିବା ରାଜୁ ଦାସ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବାକୁ ଯାଉଛନ୍ତି । ଆଉ ସେ କହିଛନ୍ତି ଯେ କୌଣସି ମତେ ସେ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ନାହିଁ । ସେ ଲଢ଼ିବେ ଆଉ ଜିତିବେ । ଏହା ସହିତ ସେ କହିଛନ୍ତି ସେ ତାଙ୍କ ଛାତ୍ର ଜୀବନରୁ ରାଜନୀତି କରୁଛନ୍ତି । ରାଜନୀତି ହେଉ ତାଙ୍କ ପାଇଁ ଶ୍ରେଷ୍ଠ ନୀତି । ସେ ଲୋକମାନଙ୍କ ପାଇଁ କାର୍ଯ୍ୟକରିବାକୁ ଚାହୁଁଛନ୍ତି । ସେ ତାଙ୍କ ପାଇଁ ଯେତେ ସମ୍ଭବ ପ୍ରଚେଷ୍ଟା କରିବେ । ଆଉ ସେ ଜାଣନ୍ତି ପୂରା ଧାମନଗରବାସୀ ତାଙ୍କ ସହିତ ଅଛନ୍ତି । ତାଙ୍କ ଆର୍ଶୀବାଦ ତାଙ୍କ ସହିତ ଅଛି ତେଣୁ ସେ ଧାମନଗରବାସୀଙ୍କ ପାଇଁ ନିର୍ବାଚନ ଲଢ଼ିବେ । ଏବେ ରାଜନୈତିକ ସ୍ଥିତିକୁ ଦେଖିଲେ ଯାହା ଅନୁମାନ କରାଯାଉଛି ରାଜୁଦାସଙ୍କୁ ବହୁ ଲୋକ ସମର୍ଥନ ମିଳୁଛି । ଯାହା ପାଇଁ ସେ ରାଜନୈତିକ ମଇଦାନକୁ ଓହ୍ଲାଇବା ପାଇଁ ସ୍ଥିର କରିଲେ । ସେ ଗଣ ମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ଯେ ସେ ନାମାଙ୍କନ ଭରିବେ ।

ବର୍ତ୍ତମାନ ଅଡୁଆରେ ଶାସକ ଦଳ: ବିଜେଡି ଟିକେଟରୁ ଅବନ୍ତୀ ଦାସ ରାଜନୀତି ରଣାଙ୍ଗନାକୁ ଓହ୍ଲାଇଛନ୍ତି । କିନ୍ତୁ ଧାମନଗରବାସୀ ଆଶା କରୁଥିଲେ ବିଜେଡି ରାଜୁ ଦାସଙ୍କୁ ସମର୍ଥନ କରିବ ଆଉ ତାଙ୍କୁ ଟିକେଟ ଦେବ । ତେଣୁ ବିଜେଡି ଯାହା କରିଲା ତାକୁ ସହଜରେ ରାଜୁଙ୍କ ପ୍ରଶଂସକ ମାନେ ଗ୍ରହଣ କରି ପାରିଲେ ନାହିଁ । ରାଜୁଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହେବାକୁ ବାଧ୍ୟ କରିଲେ । ବର୍ତ୍ତମାନ ରାଜୁ ନାମାଙ୍କନ ପତ୍ର ଭରିବା ପରେ ବିଜେଡିକୁ ଏହାର କ୍ଷତି ସହିବାକୁ ପଡିପାରେ । କାରଣ ସେଠାରେ ଯେଉଁ ବିଜେଡି ଭୋଟ ଥିଲା ତାହା କିଛି ମାତ୍ରାରେ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି । କିନ୍ତୁ ରାଜେନ୍ଦ୍ର ଦାସ ଜନତାଙ୍କ ସ୍ୱାର୍ଥ ପାଇଁ ପଦକ୍ଷେପ ନେଇଛନ୍ତି ତାହା ହୁଏତ କିଛି ରଙ୍ଗ ଆଣିପାରେ । ଧାମନଗର ଚଳିତ ବର୍ଷ ହାଇଭୋଲଟେଜ ଉପ ନିର୍ବାଚନ ଦେଖିବାକୁ ଯାଉଛି । ଦେଖିବା ବାକି ରହିଲା କିଏ ଏଥିରେ ବାଜିମାତ କରିବ ।ତେବେ ସୂଚନାମୁତାବକ ଆଜି ରାଜୁ ଦାସ ନାମାଙ୍କନ ଭରିବେ । ତାଙ୍କ ସହିତ ଆଜି ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିବେ ।

Get real time updates directly on you device, subscribe now.